ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ସୋମବାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି  ଆମ ଆଦମି ପାର୍ଟି  ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ସେ ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । କେଜ୍ରିୱାଲଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ କେଜ୍ରିୱାଲ ସରକାରରେ ମନ୍ତ୍ରୀ ଥିବା ସତ୍ରେନ୍ଦ୍ର ଜୈନ, ରାଜେନ୍ଦ୍ର ପାଲ ଗୌତମ ଓ ଇମ୍ରାନ ହୁସୈନ ମଧ୍ୟ ସୋମବାର କାର୍ଯ୍ୟଭାର ସମ୍ଭାଳିଥିବା ଜଣାପଡ଼ିଛି ।

ତେବେ କିଛି ସମୟ ମଧ୍ୟରେ  ଦିଲ୍ଲୀରେ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଆରମ୍ଭ ହେବ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ରବିବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ କେଜ୍ରିୱାଲ । ତାଙ୍କ ସହ ୬ ଜଣ ମନ୍ତ୍ରୀ ମଧ୍ୟ ପଦ ଏବଂ ଗୋପନୀୟତାର ଶପଥ ପାଠ କରିଥିଲେ । ଦିଲ୍ଲୀର ରାମଲୀଲା ମୈଦାନରେ ସେମାନଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା।