ଅରୁଣାଚଳ ପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାରେ ନିଆଁ ଲଗାଇଲେ ପ୍ରତିବାଦକାରୀ

କୋଲ୍‌କାତା: ଇଟାନଗର ଠାରେ ରାଜ୍ୟ ସରକାରଙ୍କ ବିରୋଧରେ ରାଗ ଓ ଅସନ୍ତୋଷ ଚାଲିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଚୋଓନା ମେନ୍‌ଙ୍କ ବଙ୍ଗଳାରେ ନିଆଁ ଲଗାଇ ଦିଆଯାଇଛି। ଏହାପରେ ଚୋଓନା ମେନ୍‌ଙ୍କୁ ରାଜ୍ୟ ରାଜଧାନୀ ଇଟାନଗରରୁ ନମସାଇ ଜିଲ୍ଳାକୁ ସ୍ଥାନାନ୍ତର କରାଯାଇଥିଲା। ଏହାଛଡ଼ା ପ୍ରତିବାଦକାରୀମାନେ ଜିଲ୍ଲା କମିସନର୍‌ଙ୍କର ବାସଭବନରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଛନ୍ତି। ଜଣେ ପୁଲିସ ସୁପରିଣ୍ଟେଣ୍ଡେଟ୍‌ ପାହ୍ୟାର ଅଧିକାରୀମ ମଧ୍ୟ ଆହତ ହୋଇଛନ୍ତି। ପରିସ୍ଥିତିର ମୁକାବିଲା ନିମନ୍ତେ ସେନା ବାହୀନିକୁ ଡକା ଯାଇଛି ଏବଂ ସେମାନେ ଇଟାନଗର ଠାରେ ଫ୍ଲାଗ୍‌ ମାର୍ଚ କରୁଛନ୍ତି।