ମନ୍ତ୍ରୀ ଅରୁଣ କୁମାର ସାହୁ ଭିଡିଓ କଲିଂ ଜରିଆରେ ବୁଝିଲେ ନର୍ବାଚନମଣ୍ଡଳୀ ସମସ୍ୟା

ଭୁବନେଶ୍ୱର: ସଦାସର୍ବଦା ଚର୍ଚ୍ଚାରେ ରହିଆସିଥିବା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣକୁମାର ସାହୁ ଆଜି ଭିଡିଓ କଲିଂ ମାଧ୍ୟମରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ଜନସାଧାରଣଙ୍କ ସହିତ ସଂଶ୍ଳିଷ୍ଟ ହୋଇ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ମୁଖ୍ୟତଃ କରୋନା ସମୟରେ ରାଜନୈତିକ କାର୍ଯ୍ୟ ବନ୍ଦ ରହିଥିବାରୁ ଆଜି ସେ ଯୁବ, ଛାତ୍ର, ମହିଳା, ଶ୍ରମିକ ଓ ବିଭିନ୍ନ ସଂଗଠନର ନେତୃମଣ୍ଡଳୀଙ୍କ ସହିତ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଆଲୋଚନା କରିଛନ୍ତି । କରୋନା ସମୟରେ ଜୀବନ ଓ ଜୀବିକା ସହିତ କିପରି ଲଢିବା ଏଥିସହିତ ରାଜନୈତିକ କାର୍ଯ୍ୟ ଅନ୍‌ଲାଇନ୍ ମାଧ୍ୟମରେ କରିବା ପାଇଁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର କୃଷିକ୍ଷେତ୍ରକୁ ଅଗ୍ରାଧିକାର ଦେଇଛନ୍ତି । କୃଷିକ୍ଷେତ୍ର ପ୍ରତି କୌଣସି କରୋନା କଟକଣା ନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟଏକ ପକ୍ଷରେ କରୋନା ସମସ୍ତଙ୍କୁ କିଛି ଶିକ୍ଷା ଦେଇଛି ଆଗାମୀ ଦିନରେ ଏହି ଭିଡିଓ କଲିଂ ମାଧ୍ୟମରେ ସମସ୍ତ ରାଜନୈତିକ କାର୍ଯ୍ୟ ଚାଲୁରହିବ । ମୁଖ୍ୟତଃ ସମୟର ବ୍ୟବହାର, ସଂଗଠନକୁ ସୁଦୃଢ଼ କରିବା, ନୂଆ ଯୁବକମାନଙ୍କୁ ରାଜନୈତିକ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ପରାମର୍ଶ ଦେବା ଓ ସେମାନଙ୍କ ସହିତ ଜଡିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଅନ୍‌ଲାଇନ୍ ମାଧ୍ୟମରେ ପ୍ରତ୍ୟେକ ଦିନ ସମସ୍ତ ସଂଗଠନ ସହିତ ସୁସମ୍ପର୍କ ରଖି କିପରି ବିଜୁ ଜନତା ଦଳ ସୁଦୃଢ଼ ହେବ ଏହା ଉପରେ ପରାମର୍ଶ ଦେଇଛନ୍ତି । ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୁରତା ରକ୍ଷା କରିବା ଓ ସମସ୍ତଙ୍କୁ ସଚେତନତା କରାଇବା ପ୍ରତ୍ୟେକ ରାଜାନୈତିକ ବ୍ୟକ୍ତିଙ୍କର ମୁଖ୍ୟ କର୍ତ୍ତବ୍ୟ ହୋଇ ରହୁ । ସମାଜସେବାରେ ସ୍ୱେଚ୍ଛାସେବୀଭାବେ ଠିଆହେବା ନିତାନ୍ତ ଆବଶ୍ୟକ । କରୋନା ଯୋଦ୍ଧାରେ ରାଜନୈତିକ ବ୍ୟକ୍ତିମାନଙ୍କର ସଂଶ୍ଳିଷ୍ଟ ଅଧିକ ରହିଛି । ତେଣୁ ସମସ୍ତେ ସମାଜସେବାରେ ବ୍ରତୀ ହେବାପାଇଁ ଆହ୍ୱାନ ଦେଇଛନ୍ତି । ଆଜି ନିଜ ବାସଭବନରୁ ଭିଡିଓ କଲିଂ ମାଧ୍ୟମରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ବର୍ଗର ଲୋକଙ୍କ ସହିତ ଜଡ଼ିତ ରହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ କର୍ମୀମାନଙ୍କୁ ଅବଗତ କରାଇଥିଲେ ।