ପଞ୍ଚଭୂତରେ ଲୀନ ହେଲେ ଅରୁଣ

ନୂଆଦିଲ୍ଲୀ :ଶେଷ ଯାତ୍ରାରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଆଜି ଦିନ ୩ଟା ୨୦ଟାରେ ଅରୁଣ ପଂଚଭୂତରେ ଲୀନ ହୋଇଛନ୍ତି ଜେଟଲି । ସେ ଏବେ ଆମ ଗହଣରେ ଆଉ ନାହାଁନ୍ତି । ଦିଲ୍ଲୀ ସ୍ଥିତ ନିଗମ ବୋଧ ଘାଟରେ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଜେଟଲୀଙ୍କ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ପୁଅ ରୋହନ ମୁଖାଗ୍ନୀ ଦେଇ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପାଦନ କରିଛନ୍ତି ।

ଏହି ସମୟରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଜେଟଲୀଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲାଲକୃଷ୍ଣ ଆଡଭାଣୀ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ମୋଦୀ କ୍ୟାବିନେଟର ଅନ୍ୟାନ୍ୟ ସଦସ୍ୟ ତଥା ଅନେକ ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । 

ବିଜେପି ଦଳୀୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ଅରୁଣଙ୍କ ପାର୍ଥୀବ ଶରୀରକୁ ନିଗମବୋଧ ଘାଟକୁ ନିଆଯାଇଥିଲା । ଗତକାଲି ଦିନ ପ୍ରାୟ ୧୨ଟା ୭ରେ ନୂଆଦିଲ୍ଲୀ ସ୍ଥିତ ଏମସରେ ଆରୂଣଙ୍କ ଦେହାନ୍ତ ହୋଇଥିଲା । ସେଠାରେ ସେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିଲେ । ତାଙ୍କ ମୃତ୍ୟୁ ଦେଶବାସୀଙ୍କ ଏକ ପ୍ରକାର ସ୍ୱବ୍ଧ କରିଦେଇଥିଲେ । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଦି ଶୋକ ପ୍ରକାଶ କରିଥିଲେ ।