ପେନସନ୍ ନେବେନି ଜେଟଲୀ ପରିବାର, କର୍ମଚାରୀଙ୍କୁ ବାଣ୍ଟିଦେବାକୁ କଲେ ନିବେଦନ

ନୂଆଦିଲ୍ଲୀ :ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପତ୍ନୀ ତାଙ୍କ ପତିଙ୍କୁ ମିଳିବାକୁ ଥିବା ପେନସନ୍ ରାଶି ନେବାକୁ ମନା କରିଦେଇଛନ୍ତି। ଏଥିପାଇଁ ତାଙ୍କ ପତ୍ନୀ ରାଜ୍ୟସଭାର ଉପସଭାପତି ଏମ୍ ଭେଙ୍କେୟା ନାଇଡୁଙ୍କୁ ଏକ ପତ୍ର ଲେଖିଛନ୍ତି। ଏହା ସହ ସେ କହିଛନ୍ତି କି, ଯେଉଁମାନଙ୍କର ବେତନ ରାଶି କମ୍ ରହିଛି ଏହି ରାଶିକୁ ସେମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ। ଯଦି ଅରୁଣ ଜେଟଲୀଙ୍କ ପତ୍ନୀ ତାଙ୍କ ପତିଙ୍କ ପାଇଁ ପାଖାପାଖି ୩ଲକ୍ଷ ଟଙ୍କା ପେନସନ୍ ପାଇଥାନ୍ତେ। 

ସଙ୍ଗୀତା ଜେଟଲୀ ଭେଙ୍କେୟା ନାଇଡୁଙ୍କୁ ପତ୍ର ଲେଖି କହିଛନ୍ତି କି, ଯେଉଁ ମାର୍ଗରେ ଅରୁଣ ଚାଲୁଥିଲେ ସେହି ମାର୍ଗର ଅନୁସରଣ କରି ମୁଁ ସଂସଦକୁ ଅନୁରୋଧ କରୁଛି କି, ଦିବଙ୍ଗତ ନେତାଙ୍କ ପେନସନ୍ ରାଶି ଆବଶ୍ୟକ ଥିବା ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଉ। ଅର୍ଥାତ୍ ରାଜ୍ୟସଭାର ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଉ। ଯଦି ଅରୁଣ ଥାନ୍ତେ ତେବେ ଏହାହିଁ ତାଙ୍କର ଇଚ୍ଛା ଥାନ୍ତା ମୋର ବିଶ୍ଵାସ।

ଏହି ପତ୍ରର ଏକ କପି ମୋଦୀଙ୍କୁ ମଧ୍ୟ ପଠାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେଟଲୀଙ୍କୁ ତାଙ୍କର ଅମୂଲ୍ୟ ମିତ୍ର ବୋଲି କହିଛନ୍ତି। ସେ ଏଭଳି ଏକ ନେତୃତ୍ଵ ଥିଲେ ଯିଏକି ଉଭୟ ପକ୍ଷ ଓ ବିପକ୍ଷଙ୍କର ମିତ୍ର ଥିଲେ। ସେ ରାଜ୍ୟସଭା ପାଇଁ ଚାରି ଥର ନିର୍ବାଚିତ ହୋଇଥିଲେ। ଅରୁଣ ଜେଟଲୀ ସର୍ବଦା ଜଣେ ପରୋପକାରୀ ମଣିଷ ଥିଲେ। ସମସ୍ତଙ୍କର ଆବଶ୍ୟକତା ସମୟରେ ସେ ସର୍ବଦା ଠିଆ ହୋଇଛନ୍ତି।