ଆସନ୍ତାକାଲି ନିଗମବୋଧ ଘାଟରେ ହେବ ଜେଟଲୀଙ୍କ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ :ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ମର ଶରୀର ଏମ୍ସରୁ ଘରକୁ ଅଣାଯାଇଛି। ବିଜେପି ନେତା ସୁଧାଂଶୁ ମିତ୍ତଲଙ୍କ ମୁତାବକ ରବିବାର ଅପରାହ୍ନରେ ନିଗମବୋଧ ଘାଟରେ ଜେଟଲୀଙ୍କ ଅନ୍ତିମ ସଂସ୍କାର କରାଯିବ। ଜେଟଲୀଙ୍କ ପରିବାର ବିଦେଶ ଯାତ୍ରାରେ ଥିବା ପ୍ରଧାନମନ୍ତ୍ରୀ...

ନୂଆଦିଲ୍ଲୀ :ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ମର ଶରୀର ଏମ୍ସରୁ ଘରକୁ ଅଣାଯାଇଛି। ବିଜେପି ନେତା ସୁଧାଂଶୁ ମିତ୍ତଲଙ୍କ ମୁତାବକ ରବିବାର ଅପରାହ୍ନରେ ନିଗମବୋଧ ଘାଟରେ ଜେଟଲୀଙ୍କ ଅନ୍ତିମ ସଂସ୍କାର କରାଯିବ। ଜେଟଲୀଙ୍କ ପରିବାର ବିଦେଶ ଯାତ୍ରାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମସ୍ତ କାର୍ଯ୍ୟକ୍ରମ ପୂରା କରିବା ପରେ ହିଁ ଦେଶକୁ ଫେରିବାକୁ କହିଛନ୍ତି, ଫଳରେ ଏହି ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଅନ୍ତିମ ସଂସ୍କାରରେ ମୋଦୀ ଯୋଗ ଦେଇ ପାରିବେ ନାହିଁ। ଜେଟଲୀଙ୍କ ନିଧନ ଆଜି ମଧ୍ୟାହ୍ନ ୧୨ଟା୭ ମିନିଟରେ ଦିଲ୍ଲୀ ସ୍ଥିତ ଏମ୍ସରେ ହୋଇଥିଲା। ନିଃଶ୍ଵାସ ପ୍ରଶ୍ଵାସରେ ଯନ୍ତ୍ରଣା ହେବାରୁ ତାଙ୍କୁ ଅଗଷ୍ଟ 9ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେହି ଦିନଠୁ ତାଙ୍କର ଚିକିତ୍ସା ଜାରି ରହିଥିଲା।

ଏମ୍ସରେ ଔପଚାରିକ କାମ ପରେ ଜେଟଲୀଙ୍କ ପାର୍ଥିବ ଶରୀରକୁ ତାଙ୍କର କୈଳାସ କୋଲନୀ ସ୍ଥିତ ବାସଭବନକୁ ଅଣାଯାଇଛି। ରବିବାର ସକାଳେ ତାଙ୍କର ମରଶରୀରକୁ ବିଜେପି ମୁଖ୍ୟାଳୟ ଅଣାଯିବ, ଏଠାରେ ରାଜନୈତିକ ଦଳର ନେତାମାନେ ଅନ୍ତିମ ଦର୍ଶନ କରିବେ। ଏହା ପରେ ବିଜେପି ମୁଖ୍ୟାଳୟରୁ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଗମବୋଧ ଘାଟ ନିଆଯିବ। 

ଜେଟଲୀଙ୍କ ଘରେ ବଡ଼ ସଂଖ୍ୟାରେ ତାଙ୍କର ପ୍ରଶଂସକ ଓ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଭିଡ଼ ଜୁଟିବା ଆରମ୍ଭ ହୋଇ ଗଲାଣି। ସେଠାରେ ଶୋକର ମାହୋଲ ରହିଛି। ଅତି ଶିଷ୍ଟ, ବିନମ୍ର ଓ ରାଜନୈତିକ ରୂପେ ଉତ୍କୃଷ୍ଟ ରଣନୀତିକାର ଥିବା ଜେଟଲୀ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ମୁଖ୍ୟ ସଙ୍କଟମୋଚକ ଥିଲେ।  

ନିଜର ଲମ୍ଵା ରାଜନୈତିକ କ୍ୟାରିୟର ସମଜୟରେ ଜେଟଲୀ ଅନେକ ମନ୍ତ୍ରୀ ପଦ ଦାୟିତ୍ଵ ନିର୍ବାହ କରିଥିଲେ। ସେ ଭାରତର ଆର୍ଥିକ ବୃଦ୍ଧି, ପ୍ରତିରକ୍ଷା କ୍ଷମତାକୁ ମଜବୁତ କରିବା, ଲୋକଙ୍କ ପାଇଁ ଅନୁକୂଳ କାନୁନ ତିଆରି କରିବା ଏବଂ ଅନ୍ୟ ଦେଶଙ୍କ ସହିତ ବାଣିଜ୍ୟ ସଂପର୍କ ବୃଦ୍ଧି ପାଇଁ ଯୋଗଦାନ ଦେଇଥିଲେ। 

Spread the love
Categories
ଦେଶ-ବିଦେଶ

RELATED BY