ଦିନକୁ ଦିନ ବିଗୁଡୁଛି ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ :ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ତାରେ କୌଣସୀ ସୁଧାର ହୋଇ ନାହିଁ । ଦିଲ୍ଲୀର ଏମ୍ସରେ ତାଙ୍କର ଚିକିତ୍ସା ଚାଲୁଛି । ତାଙ୍କୁ ଏକ୍ସଟ୍ରା କାରପୋରଲ ମେବ୍ରେନ ଅକ୍ସିଜେନେସନ ଏବଂ ଇଣ୍ଟ୍ରା ଅରଟିକ୍ ବେଲୁନ ପମ୍ପ ସପୋର୍ଟରେ ରଖାଯାଇଛି । ଯେଉଁମାନଙ୍କର ହାର୍ଟ ଠିକ୍ ଭାବରେ କାମ କରିବାକୁ ସକ୍ଷମ ହୋଇନଥାଏ ସେହି ରୋଗୀମାନଙ୍କୁ ଏହି ସପୋର୍ଟ ସିଷ୍ଟମରେ ରଖାଯାଏ । 

୬୬ବର୍ଷୀୟ ଅରୁଣ ଜେଟଲୀ ଅଗଷ୍ଟ ୯ରେ ଏମ୍ସରେ ଭର୍ତ୍ତି ହୋଇଥିଲେ । ଅଗଷ୍ଟ ୧୦ପରଠୁ ଏମ୍ସର ଡାକ୍ତରମାନେ ଜେଟଲୀଙ୍କ ପରିବାରଙ୍କ ଅନୁରୋଧ କ୍ରମେ ସ୍ୱାସ୍ଥ୍ୟ ବୁଲେଟିନ ଜାରୀ କରି ନାହାଁନ୍ତି । ତାଙ୍କର ଚିକିତ୍ସା ପାଇଁ ଏକ ବିଶେଷ ଡାକ୍ତରୀ ଟିମ୍ ଗଠନ କରାଯାଇଛି । ତେବେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଖରାପ ସ୍ୱାସ୍ଥ୍ୟାବସ୍ଥା କାରଣରୁ ତାଙ୍କୁ ଦେଖିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୌଡ, ବିଜେପି ସାଂସଦ ସ୍ୱପ୍ରଦାସ ଗୁପ୍ତା, ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ବ୍ୟତୀତ ବହୁ ବରିଷ୍ଠ ନେତା ଏମ୍ସରେ ପହଁଚିଥିଲେ । 

ସେହି ସମୟରେ ଏମ୍ସର ଡାକ୍ତରଙ୍କ କହିବା ଅନୁଯାୟୀ, ୨ଦିନ ହେବ ଜେଟଲୀଙ୍କ ହାର୍ଟ ଏବଂ ହୃତପିଣ୍ଡ ଠିକ୍ ଭାବରେ କାମ କରିବା ବନ୍ଦ କରି ଦେଇଛି । ଭେଣ୍ଟିଲେଟରରେ କୌଣସୀ ସୁଫଳ ନମିଳିବା କାରଣରୁ ତାଙ୍କୁ ଏକମୋରେ ରଖାଯାଇଛି । ସେ ଏପର୍ଯ୍ୟନ୍ତ ନିଃଶ୍ୱାସ ନେଇ ପାରୁ ନାହାଁନ୍ତି । ଆଇସିୟୁରେ ଭର୍ତ୍ତି ହେବା କାରଣରୁ କାହାକୁ ଭିତରକୁ ଯିବାକୁ ଅନୁମତି ଦିଆଯାଉ ନାହିଁ ।