ଅରୁଣ ଜେଟଲୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ମଧ୍ୟାହ୍ଣରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଥିପାଇଁ ତାଙ୍କ ଏମ୍‌ସରେ ଭର୍ତ୍ତି କରାଯାଇଛି। ସେ କାର୍ଡିୟୋଲଜି ବିଭାଗରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଏଣ୍ଡୋକ୍ରିନୋଲଜି, ନେଫ୍ରୋଲଜି ଓ କାର୍ଡିୟୋଲୋଜି ବିଭାଗର ଏକ ମିଳିତ ଟିମ୍‌ ଚିକିତ୍ସା ଯୋଗାଇ ଦେଉଛନ୍ତି।  ଦିଲ୍ଲୀ ଏମ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ପହଞ୍ଚି ଶ୍ରୀ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି।

ଗତବର୍ଷ ଅର୍ଥମନ୍ତ୍ରୀ ଥିବା ବେଳରୁ ହିଁ ଶ୍ରୀ ଜେଟଲୀ ବାରମ୍ବାର ଅସୁସ୍ଥତା ଅନୁଭବ କରୁଥିଲେ। ଏଥିପାଇଁ ସେ ୩ ମାସ ପାଇଁ ଆମେରିକା ଯାଇ କିଡ୍‌ନୀ ପ୍ରତିରୋପଣ କରିଥିଲେ। କ୍ରମାଗତ ଅସୁସ୍ଥତା କାରଣରୁ ସେ ନିର୍ବାଚନ ଲଢ଼ି ନଥିଲେ କିମ୍ବା ତାଙ୍କୁ ଅଫର୍ କରାଯାଇଥିବା ମନ୍ତ୍ରୀ ପଦ ମଧ୍ୟ ସେ ଗ୍ରହଣ କରିନଥିଲେ।