ସଙ୍ଗୀତା ଜେଟଲୀଙ୍କୁ ଭେଟିଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ:କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଗତକାଲି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ସେ ଜେଟଲୀଙ୍କ ପତ୍ନୀ ସଙ୍ଗୀତାଙ୍କୁ ପତ୍ର ଲେଖି ନିଜର ଦୁଃଖ ଜାହିର କରିଛନ୍ତି ।

ସୋନିଆ ପତ୍ରରେ ଲେଖିଛନ୍ତି, ଅରୁଣ ଜେଟଲୀ ସଦାବେଳେ ରାଜନୀତିରୁ ବାହାରି ବନ୍ଧୁ ଭାବେ ବ୍ୟବହାର ଦେଖାଉଥିଲେ । ସେ ଶେଷ ଯାଏଁ ରୋଗର ସାମ୍ନା କରିଥିଲେ । ଦେହାନ୍ତ ଖବର ଆସିବାର କିଛି ସମୟ ପରେ ସୋନିଆ ତାଙ୍କ ଘରେ ପହଁଚିଥିଲେ । ଏହାସହ ସଙ୍ଗୀତାଙ୍କୁ ଆଲିଙ୍ଗନ କରି ସହ ସମବେଦନା ଜଣାଇଥିଲେ ।

ସଙ୍ଗୀତାଙ୍କୁ ଲେଖିଥିବା ପତ୍ରରେ ସୋନିଆ ଲେଖିଛନ୍ତି, ଅରୁଣଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ଅରୁଣଙ୍କ ଅସମୟରେ ନିଧନ ଖବର ବହୁତ ଦୁଃଖ ଦେଇଛି । ଜେଟଲୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ କି ରାଜନୈତିକ ଜୀବନରେ ରହି ମଧ୍ୟ ସମସ୍ତଙ୍କ ସହ ମିତ୍ରତା ଆଚରଣ କରୁଥିଲେ । କ୍ୟାବିନେଟ୍ ମନ୍ତ୍ରୀ, ରାଜ୍ୟସଭାରେ ବିରୋଧୀ ଦଳର ନେତା, ସୁପ୍ରିମକୋର୍ଟ ଓକିଲ ଭାବେ ସେ ନିଜର ଯୋଗ୍ୟତା ଓ ବୌଦ୍ଧିକ କ୍ଷମତାକୁ ସଠିକ ବ୍ୟବାହର କରିଥିଲେ । ସେ ରୋଗକୁ ଶେଷ ନିଶ୍ୱାସ ଯାଏଁ ସାମ୍ନା କରିଥିଲେ ।