ଅରୁଣ ଜେଟଲୀଙ୍କ ନିଧନରେ ଗଭୀର ଶୋକ ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଆଜି ଦିଲ୍ଲୀ ସ୍ଥିତ ଏମ୍ସରେ ଦେହାନ୍ତ ଘଟିଛି। ଜେଟଲୀଙ୍କ ନିଧନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି। ୟୁଏଇୁ ଜେଟଲୀଙ୍କ ପରିବାର ସହିତ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଅରୁଣ  ଜେଟଲୀଙ୍କ ପତ୍ନୀ ଓ ପୁତ୍ରଙ୍କ ସହିତ କଥା ହୋଇ ଗଭୀର ସମବେଦନା ଜଣାଇଛନ୍ତି। 

ଶନିବାର ୧୨ଟା ୭ ମିନିଟରେ ଜେଟଲୀ ଏମ୍ସରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରେ ଅଛନ୍ତି। ରିପୋର୍ଟ ମୁତାବକ ଜେଟଲୀଙ୍କ ପରିବାର ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରିଛନ୍ତି ଯେ ସେ ତାଙ୍କର ବିଦେଶ ଗସ୍ତ ବାତିଲ କରନ୍ତୁ ନାହିଁ। ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ଜେଟଲୀଙ୍କ ନିଧନରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜେଟଲୀଙ୍କ ନିଧନରେ ମୁଁ ଏକ ମୂଲ୍ୟବାନ ମିତ୍ରକୁ ହରାଇଛି। ଯାହାଙ୍କୁ ମୁଁ ଦଶନ୍ଧୀ ଧରି ଜାଣିଥିଲି। ପ୍ରସଙ୍ଗ ଉପରେ ତାଙ୍କର ବୁଦ୍ଧିମତା ଓ ବୁଝିବା ଶକ୍ତି ପ୍ରଗାଢ ଥିଲା। ସେ ଆମକୁ ଅସଂଖ୍ୟ ସୁଖର ସ୍ମୁତି ସହିତ ଛାଡ଼ି ଚାଲିଗଲେ। ଆମେ ତାଙ୍କୁ ସର୍ବଦା ମନେ ରଖିବୁ। 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅରୁଣ ଜେଟଲୀ ଜଣେ  ବରିଷ୍ଠ ରାଜନୀତିଜ୍ଞ ଥିଲେ, ଯିଏ ବୌଦ୍ଧିକ ଓ କାନୁନ ରୂପେ ଜୀବନ୍ତ ଥିଲେ। ସେ ଜଣେ ମୁଖର ନେତା ଥିଲେ ଏବଂ ଦେଶ ପାଇଁ ନିଜର ଅତୁଳନୀୟ ଯୋଗଦାନ ଦେଇଥିଲେ। ତାଙ୍କର ନିଧନରେ ମୁଁ ବହୁତ ଦୁଃଖିତ। ତାଙ୍କର ପତ୍ନୀ ସଙ୍ଗୀତା ଓ ପୁତ୍ର ରୋହନଙ୍କ ସହିତ କଥା ହୋଇ ତାଙ୍କୁ ସମବେଦନା ଜ୍ଞାପନ କରିଛି। 

ନିଜର ଲମ୍ଵା ରାଜନୈତିକ କ୍ୟାରିୟର ସମଜୟରେ ଜେଟଲୀ ଅନେକ ମନ୍ତ୍ରୀ ପଦ ଦାୟିତ୍ଵ ନିର୍ବାହ କରିଥିଲେ। ସେ ଭାରତର ଆର୍ଥିକ ବୃଦ୍ଧି, ପ୍ରତିରକ୍ଷା କ୍ଷମତାକୁ ମଜବୁତ କରିବା, ଲୋକଙ୍କ ପାଇଁ ଅନୁକୂଳ କାନୁନ ତିଆରି କରିବା ଏବଂ ଅନ୍ୟ ଦେଶଙ୍କ ସହିତ ବାଣିଜ୍ୟ ସଂପର୍କ ବୃଦ୍ଧି ପାଇଁ ଯୋଗଦାନ ଦେଇଥିଲେ।