ଜେଲ ଗଲେ ବୀରମିତ୍ରପୁର ବହିଷ୍କୃତ ଆଇଆଇସି ଆନନ୍ଦ ମାଝୀ

ଭୁବନେଶ୍ୱର: ୧୮ ତାରିଖ ପର୍ଯ୍ୟନ୍ତ ଜେଲ ଗଲେ ବୀରମିତ୍ରପୁର ବହିଷ୍କୃତ ଆଇଆଇସି ଆନନ୍ଦ ମାଝୀ । ରିମାଣ୍ଡ ପରେ ଆଜି ଆନନ୍ଦଙ୍କୁ କୋର୍ଟରେ କ୍ରାଇମବ୍ରାଂଚ ହାଜର କରିଥିଲା । ପୋକ୍ସୋ କୋର୍ଟଙ୍କ ନିର୍ଦ୍ଦେଶରେ ବିଚାର ବିଭାଗୀୟ ହାଜତକୁ ଆନନ୍ଦ ମାଝୀ ଯାଇଛନ୍ତି । ତେବେ ଏଠାରେ ସୂଚନାଯୋଗ୍ୟ ଯେ, ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଆନନ୍ଦଙ୍କୁ ଗିରଫ କରିଥିଲା ପୋଲିସ । ୨ ସାକ୍ଷୀଙ୍କ ୧୬୪ ବୟାନ ରେକର୍ଡ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ତେବେ ସେତେବେଳେ ଏହି ଖବର ସାମ୍ନାକୁ ଆସିବା ପରେ ଆନନ୍ଦଙ୍କ ଗିରଫ ଦାବି ହୋଇଥିଲା  ।  ପୀଡିତାଙ୍କୁ ଉଚିତ ନ୍ୟାୟ ମିଳୁ ବୋଲି ସବୁ ମହଲରୁ ଦାବି ହୋଇଥିଲା  ।