ଗିରଫ ହେବେ ମହମ୍ମଦ ସାମି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଅଡ଼ୁଆ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି। ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳ ସହିତ ଥିବା ସାମିଙ୍କ ବିରୋଧରେ ଗିରଫଦାରୀ ଓ୍ଵାରେଣ୍ଟ ଜାରି ହୋଇଛି। ପଶ୍ଚିମବଙ୍ଗର ଆଲିପୁର କୋର୍ଟ ପତ୍ନୀ...

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଅଡ଼ୁଆ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି। ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳ ସହିତ ଥିବା ସାମିଙ୍କ ବିରୋଧରେ ଗିରଫଦାରୀ ଓ୍ଵାରେଣ୍ଟ ଜାରି ହୋଇଛି। ପଶ୍ଚିମବଙ୍ଗର ଆଲିପୁର କୋର୍ଟ ପତ୍ନୀ ହସିନ ଜହାନଙ୍କ ଦ୍ଵାରା ଦାୟର ହୋଇଥିବା ଘରୋଇ ହିଂସା ମାମଲା ଆଧାରରେ ଗିରଫଦାରୀ ଓ୍ଵାରେଣ୍ଟ ଜାରି କରିଛି। ସାମିଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ ହୋଇଛି।

ସାମିଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ ହୋଇଛି। ୨୦୧୮ରେ ସାମିଙ୍କ ପତ୍ନୀ ହସିନ ଜହାନ ସାମିଙ୍କ ଉପରେ ମାରପିଟ୍, ବଳାତ୍କାର, ହତ୍ୟା ଉଦ୍ୟମ ଓ ଘରୋଇ ହିଂସା ପରି ଗୁରୁତର ଅଭିଯୋଗ ଆଣିଥିଲେ। ହସିନ ଜହାନ ସାମିଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଇଥିଲେ। ଅନ୍ୟପକ୍ଷେ ସାମିଙ୍କ ତଲାକ କେସ୍ କୋର୍ଟରେ ଚାଲିଛି।

ସାମିଙ୍କ ବିରୋଧରେ କୋଲକାତା କୋର୍ଟରେ ମାମଲା ଚାଲିଛି। କୋର୍ଟ ସାମିଙ୍କୁ ୧୫ ଦିନ ଭିତରେ ଆତ୍ମ ସମର୍ପଣ କରିବାକୁ କହିଛି। କୋଲକାତା କୋର୍ଟ ପୋଲିସକୁ ଆଦେଶ ଦେଇଛନ୍ତି ଯେ ଯଦି ମହମ୍ମଦ ସାମି ୧୫ ଦିନ ଭିତରେ ଆତ୍ମ ସମର୍ପଣ ନକରନ୍ତି ତେବେ ତାଙ୍କୁ ଗିରଫ କରାଯିବ। ବର୍ତ୍ତମାନ ସାମି ଭାରତୀୟ ଦଳ ସହିତ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଅଛନ୍ତି। ଦଳ ଇଣ୍ଡିଜ ବିରୋଧରେ ଜାମାଇକାରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଖେଳୁଛି।

ଗତ ବର୍ଷ କୋଲକାତା ପୋଲିସ ହସିନ ଜହାନଙ୍କ ଅଭିଯୋଗ ପରେ ସାମିଙ୍କ ଉପରେ ଆଇପିସିର ସାତୋଟି ଧାରା ଆଧାରରେ ସାମିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସହିନ ଜହାନ ସାମି ଓ ତାଙ୍କ ଭାଇଙ୍କ ବିରୋଧରେ କେସ୍ ରୁଜୁ କରାଇଥିଲେ। ସାମିଙ୍କ ବିରୋଧରେ ଆଇପିସିର ଧାରା ୪୯୮ଏ(ଯୌତୁକ ପାଇଁ ନିର‌୍ୟ୍ୟାତନା), ଧାରା ୩୫୪(ଯୌନ ନିର‌୍ୟ୍ୟାତନା) ଆଧାରରେ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କ ଭାଇଙ୍କ ବିରୋଧରେ ୩୫୪(ଯୌନ ନିର‌୍ୟ୍ୟାତନା) ଆଧାରରେ ମାମଲା ରୁଜୁ ହୋଇଥିଲା।

ହସିନ ଜହାନ ନିଜର ସ୍ଵାମୀ ତଥା କ୍ରିକେଟର ମହମ୍ମଦ ସାମିଙ୍କ ଉପରେ ଶାରୀରିକ ଶୋଷଣ କରିବା ଓ ତାଙ୍କୁ ଧୋକା ଦେବାର ଆରୋପ ଲଗାଇଥିଲେ। ଏହା ପରେ ହସିନ ଜହାନ ଥାନାରେ ସାମିଙ୍କ ବିରୋଧରେ ଏଫଆଇଆର ଦେଇଥିଲେ। ହସିନଙ୍କ ଏହି ଗୁରୁତର ଅଭିଯୋଗ ପରେ ବିସିସିଆଇ ସାମିଙ୍କ ସହିତ ବାର୍ଷିକ ଚୁକ୍ତି ରଦ୍ଦ କରିଥିଲା। ପରେ ବୋର୍ଡ ତାଙ୍କୁ କ୍ଲିନ ଚିଟ୍ ଦେଇ ବି-ଗ୍ରେଡରେ ରଖିଥିଲା। ଏହା ପରେ ସାମି ଆଇପିଏଲରେ ଦମଦାର ପ୍ରଦର୍ଶନ କରିବା ସହିତ ଆଇସିସି ବିଶ୍ଵକପରେ ହ୍ୟାଟ୍ରିକ ନେଇ ପୂରା ଦୁନିଆରେ ଛାଇ ଯାଇଥିଲେ।

Spread the love
Categories
ସ୍ପୋର୍ଟସ

RELATED BY