ମାଓବାଦୀଙ୍କ ସହିଦ ସ୍ତମ୍ଭ ଉଡ଼ାଇ ଦେଲେ ଯବାନ

ମାଲକାନଗିରି:ଛତିଶଗଡ଼ରେ ମାଓବାଦୀଙ୍କ ସହିଦ ସ୍ତମ୍ଭ ଧ୍ୱଂସ। ମାଓବାଦୀଙ୍କ ସହିଦ ସ୍ତମ୍ଭକୁ ଧ୍ୱଂସ କରିଛନ୍ତି ଯବାନ। ବୋମା ପକାଇ ତାକୁ ପୁରା ମାଟିରେ ମିଶାଇ ଦିଆଯାଇଛି।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ଅରନପୁର ଥାନା ପୋଟାଲି ମିଲକାନା ପାରା ଅଞ୍ଚଳରେ ମାଓବାଦୀଙ୍କ ଏହି ସହିଦ ସ୍ତମ୍ଭ ଥିଲା । ଦନ୍ତେୱାଡ଼ା ପୋଲିସ ଓ ସିଆରପିଏଫ୍ ଯବାନ କମ୍ବିଂ ବେଳେ ଏହାକୁ ଦେଖିବା ପରେ ବୋମା ଲଗାଇ ତାକୁ ପୁରା ଉଡ଼ାଇ ଦେଇଛନ୍ତି।  ଏହା ସହିତ ସେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।