ନୂଆଦିଲ୍ଲୀ: ତଙ୍ଗଧର ସେକ୍ଟର୍ର ବିପରୀତ ପାର୍ଶ୍ୱରେ ଅବସ୍ଥିତ ପାକିସ୍ତାନ ଅଧିକୃତ କଶ୍ମୀର ମଧ୍ୟରେ ଥିବା ଆତଙ୍କବାଦୀ କ୍ୟାମ୍ପ୍ଗୁଡ଼ିକ ଉପରେ ରବିବାର ଦିନ ଭାରତୀୟ ସୈନ୍ୟବାହିନୀ ଆକ୍ରମଣ ଆରମ୍ଭ କରିଛି।
ଭାରତୀୟ ଅଞ୍ଚଳ ମଧ୍ୟକୁ ଆତଙ୍କବାଦୀମାନଙ୍କୁ ପ୍ରେରଣ କରିବାକୁ ପାକସ୍ତାନ ସେନା ଦେଉଥିବା ସହାୟତାର ପ୍ରତିଶୋଧ ଭାବେ ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।
ଖବର ଅନୁସାରେ, ଅନ୍ୟୂନ ୧୦/୧୫ ଜଣ ଆତଙ୍କବାଦୀ ଏହି ଆକ୍ରମଣରେ ନିହତ ହୋଇଥିବା ବିଶ୍ୱାସ କରାଯାଉଛି। କିନ୍ତୁ, ଭାରତୀୟ ସେନାବାହିନୀ ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ଭାବେ ଘୋଷଣା କରି ନାହିଁ।