ଭୁବନେଶ୍ବର: ଓଡ଼ିଶାରେ ପହଞ୍ଚିଛନ୍ତି ନୂତନ ଭାବେ ନିଯୁକ୍ତ ହୋଇଥିବା ସେନା ଉପମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତି । ଗତକାଲି ସେନା ଉପମୁଖ୍ୟ ଭାବେ ମନୋନୀତ ହେବା ପରେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଚଣ୍ଡୀ ପ୍ରସାଦ ମହାନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ୱାଗତ କରାଯାଇଛି । ସେ ସିଧାସଳଖ ୧୨୦ ବାଟାଲିୟନକୁ ଯାଇ ସେଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଥମେ ସେ ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏଡି କଲେଜକୁ ଯାଇଥିଲେ । ସେଠାରୁ ବାହାରି ସେ ଭୁବନେଶ୍ୱର ପହଞ୍ଚିଛନ୍ତି ।
ଆସନ୍ତାକାଲି ଭୁବନେଶ୍ୱରରେ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।ସୈନିକ ସ୍କୁଲରେ ସାମ୍ବାଦିକ ସମ୍ମିଳନୀ କରିବେ ଲେଫନାଣ୍ଟ ଜେନେରାଲ୍ ମହାନ୍ତି । ଜାନୁଆରି ୩୧ରେ ଭାରତୀୟ ସେନାର ୪୨ ତମ ଉପମୁଖ୍ୟ ଭାବେ ଦାୟିତ୍ୱ ନେବେ ସେ । ସେନାରେ ଏପରି ପଦବୀ ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ । ଜଗତସିଂହପୁର ଜିଲ୍ଲା ଜୟବଡ଼ ଗାଁରେ ଲେପ୍ଟନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କ ଘର ।
army deputy chief in odisha visit