ନୂଆଦିଲ୍ଲୀ:ଭାରତ ଓ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖା ନିକଟରେ ପ୍ରାୟ ପ୍ରତିଦିନ ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ଜାରି ରହିଛି । ଭାରତ ସୀମା ଏପଟକୁ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରାଯାଉଛି । କିନ୍ତୁ ପାକିସ୍ତାନର ଏହି ଚକ୍ରାନ୍ତକୁ ଭାରତୀୟ ସେନା ଦୃଢତାର ସହ ପଣ୍ଡ କରିଚାଲିଛି । ତେବେ ସ୍ଥିତିର ଗୁରୁତ୍ୱକୁ ଅନୁଭବ କରି ଆସି ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରାବଣେ କଶ୍ମୀର ଗସ୍ତରେ ଯାଇ ନିୟନ୍ତ୍ରଣ ରେଖାର ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।
କିଛିଦିନ ତଳେ ଭାରତୀୟ ସେନା ପାକ ଅଧିକୃତ କଶ୍ମୀରର ଦୁଧନିହାଲ ଅଂଚଳରେ ଥିବା ଆତଙ୍କବାଦୀ ଶିବିର ଉପରେ ଅତର୍କିତ ଆକ୍ରମଣ କରି ସେଗୁଡ଼ିକୁ ଧ୍ୱଂସ କରିଦେଇଥିଲା । ଏହା ଦ୍ୱାରା ଅନେକ ଆତଙ୍କବାଦୀ ନିହତ ହେବାସହ କେତେ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିଲେ । ପାକିସ୍ତାନ ସେନା ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବା ଓ ନିୟନ୍ତ୍ରଣ ରେଖା ଏପଟକୁ ଆସି ଭାରତୀୟ ପୋଷ୍ଟଗୁଡ଼ିକ ଉପରେ ଆକ୍ରମଣ କରିବାର ଜବାବରେ ଭାରତୀୟ ସେନା ପକ୍ଷରୁ ଏହି ଅପରେସନ କରାଯାଇଥିଲା ।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୧ରେ ମଧ୍ୟ ଭାରତୀୟ ସେନା କେରନା ସେକଫରରେ ଅନୁପ୍ରବେଶ କରିଥିବା ୫ ଆତଙ୍କବାଦୀଙ୍କୁ ମାରିଦେଇଥିଲା ।