ୱେବ ସିରିଜରେ ଅର୍ଜୁନ୍

ମୁମ୍ବାଇ: ଗତବର୍ଷ ଫିଲ୍ମ “ପଲଟନ୍” ଫ୍ଲପ ପରେ ୍ରୁୁଅର୍ଜୁନ ରାମପାଲ୍ ଡିଜିଟାଲ ମିଡିଆ ପ୍ଲାଟଫର୍ମରେ ପାଦ ଥାପିଛନ୍ତି । ତେବେ ଚଳିତ ବର୍ଷ “ଦି ଫାଇନାଲ କଲ” ନାମକ ଏକ ୱେବ ସିରିଜରେ ତାଙ୍କୁ ଦେଖିବାକୁ ମିଳିଥିଲା । ଯାହା ଜି୫ରେ ପ୍ରସାରିତ ହୋଇଥିଲା । ତେବେ ପୁଣିଥରେ ଅର୍ଜୁନଙ୍କୁ ଅନ୍ୟ ଏକ ୱେବ ସିରିଜରେ ଦେଖିବାକୁ ମିଳିବ । ସୁପରନ୍ୟାଚୁରାଲ ଥ୍ରୀଲର ଭିତିକ ସିରିଜ୍ “ଅଂଜାନ୍”ରେ ସେ ଦ୍ୱିତୀୟଥର ପାଇଁ ଫେରୁଛନ୍ତି । ଯାହାକୁ ନେଇ ନିଜେ ଅର୍ଜୁନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୋର ଆଗାମୀ ଏହି ସୁପରନ୍ୟାଚୁରାଲ ଥ୍ରୀଲର ସିରିଜକୁ ନେଇ ମୁଁ ବହୁତ ଖୁସି ଅଛି । କିଛି ନୂଆ କରିବାର ସୁଯୋଗ ମିଳିଛି ।