ମୁମ୍ବାଇ: ଆଜିକାଲି ବଲିଉଡ୍ ଇଣ୍ଡଷ୍ଟ୍ରିରେ ତଲାକ ଦେବା ଏକ ଫ୍ୟାଶନ୍ ହୋଇଗଲାଣି। ଗୋଟିଏ ବର୍ଷ ଭିତରେ ଅନେକ ସେଲେବ୍ରିଟି କପଲ୍ ପରସ୍ପରଠୁ ଅଲଗା ହୋଇସାରିଲେଣି। ଆଉ ଏବେ ବାହାଘରର ୨୧ ବର୍ଷ ପରେ ଅଲଗା ହୋଇଛନ୍ତି ଅର୍ଜୁନ ରାମପାଲ ଓ ମେହେର୍ ଜେସିଆ। ଅନେକ ଦିନ ହେବ ସେମାନେ ଅଲଗା ରହୁଥିଲେ। ହେଲେ ଏବେ ସେମାନେ ଅନୁଷ୍ଠାନିକ ଭାବେ ପରସ୍ପରକୁ ତଲାକ ଦେଇଛନ୍ତି।
ଅର୍ଜୁନ ଓ ମେହେର୍ ୨୦୧୯ ଏପ୍ରିଲ୍ରେ ତଲାକ୍ ପାଇଁ ଆବେଦନ କରିଥିଲେ। ଆବେଦନ କରିବାର ୬ ମାସ ପରେ ସେମାନଙ୍କୁ ତଲାକ୍ ମିଳିଯାଇଛି। ଦୁଇ ଝିଅ ମେହେରଙ୍କ ସହ ରହିବେ।
ଅର୍ଜୁନ ଓ ମେହେରଙ୍କ ବାହାଘର ୧୯୯୮ରେ ହୋଇଥିଲା। ସେମାନଙ୍କ ସମ୍ପର୍କରେ ୨୦୧୧ରୁ ଫାଟ ସୃଷ୍ଟି ହୋଇଥିଲା। ୨୦୧୮ରେ ଅର୍ଜୁନ ଘର ଛାଡ଼ି ଏକ ଭଡ଼ା ଘର ନେଇ ରହିଥିଲେ।
ଏବେ ଅର୍ଜୁନ୍ ଗର୍ଲଫ୍ରେଣ୍ଡ ଗ୍ୟାବ୍ରିଏଲାଙ୍କ ସହ ଲିଭ୍ ଇନ୍ରେ ରହୁଛନ୍ତି। କିଛିଦିନ ତଳେ ସେମାନଙ୍କର ଏକ ପୁଅ ମଧ୍ୟ ହୋଇଛି। ଚର୍ଚ୍ଚା ହେଉଛି ଯେ ଦୁହେଁ ଖୁବ୍ଶୀଘ୍ର ବାହା ହେବେ।
ଅର୍ଜୁନ ଓ ଗ୍ୟାବ୍ରିଏଲା ୨୦୦୯ର ଆଇପିଏଲ୍ ଆଫ୍ଟର ପାର୍ଟିରରେ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ। ଏହାର କିଛିଦିନ ପରେ ସେମାନେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଦେଇଥିଲେ।