କିଡ୍‌ନି ଚୋରି ମାମଲା; ଆପୋଲୋ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କିଡ୍‌ନି ଚୋରି ମାମଲାରେ ଆପୋଲୋ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଆପୋଲୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିସନ । ମେଡିକାଲର ପଞ୍ଜିକରଣ ରଦ୍ଦ କରି ପୀଡିତଙ୍କୁ ତୁରନ୍ତ କ୍ଷତିପୂରଣ ଦେବାପାଇଁ ବି ନିର୍ଦ୍ଦେଶ ଜାତୀୟ ମାନବାଧିକାର କମିସନ ଦେଇଛନ୍ତି । ଜାତୀୟ ମାନବାଧିକାର କମିସନଙ୍କ ନିକଟରେ କିଡନି ଚୋରିକୁ ନେଇ ଆପୋଲୋ ପକ୍ଷରୁ ଦର୍ଶାଯାଇଥିବା ଯୁକ୍ତିକୁ କମିସନ ଖାରଜ କରିଦେଇଛନ୍ତି ।

ପୂର୍ବରୁ ଆପୋଲୋର ପଞ୍ଜିକରଣ ରଦ୍ଦ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା , ହେଲେ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରି ଚୁପ୍ ବସିଛନ୍ତି । ଏବେ କମିସନ ପୁଣି ଥରେ ମୁଖ୍ୟ ଶାସନ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଡ଼ା ନିର୍ଦ୍ଦେଶ ଦେବା ପରେ ଉଭୟ ରାଜ୍ୟ ସରକାର ଓ ଆପୋଲୋ ହସ୍ପିଟାଲ ଅଡ଼ୁଆରେ ପଡିଛନ୍ତି ।