ସାମ୍ବାଦିକ ସମ୍ମିଳନୀରେ ଅପରାଜିତା ଷଡ଼ଙ୍ଗୀଙ୍କ ଘୋଷଣା; ବଢିବ ଅଙ୍ଗନବାଡି ଦିଦିଙ୍କର ମାସିକ ଦରମା

ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ରାଜେନୖତିକ ମାହୋଲ ସରଗରମ ରହିଛି । ଏହାରି ଭିତରେ ସବୁ ଦଳ ସେମାନଙ୍କର ନିର୍ବାଚନୀ ଇସ୍ତାହାର ଘୋଷଣା କରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ଭୁବେନଶ୍ବର ସାଂସଦ ତଥା ଭୁବନେଶ୍ବର ଲୋକସଭାର ଆସନର ବିଜେପି ପ୍ରାର୍ଥୀ ଅପରାଜିତା  ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀ କହି ସେ କହିଛନ୍ତି, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବହୁ ଯୋଜନା ଆରମ୍ଭ ହେବ । ବିଜେପି ସରକାର ଆସିଲେ ସ୍କୁଲରେ ମିଡ ଡେ ମିଲ ସହ ଜଳଖିଆ ପାଇଁ ଯୋଜନା ଆରମ୍ଭ ହେବ । ମଧ୍ୟ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡି଼ଶାରେ ୩ଟି କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରାଯିବ। ରାଜ୍ୟର ସମସ୍ତ ଚିନିକଳ ଖୋଲିବ ବୋଲି ସେ କହିଛନ୍ତି।

ଅଢେଇ ଲକ୍ଷ କୋଟି ଟଙ୍କାର ଘରୋଇ ନିବେଶ ଓଡିଶାକୁ ଆଣାଯିବ। ବନ୍ଦ ହୋଇଥିବା ୩ ଟେକ୍ସଟାଇଲ ମିଲ ଆଉ ୭ ସ୍ପିନି ମିଲ ବିଜେପି ସରକାରକୁ ଆସିଲେ ଖୋଲାଯିବ । ଶିକ୍ଷକଙ୍କ ପାଇଁ ସମାନ କାମକୁ ସମାନ ଦରମା ନୀତି ବିଜେପି ସରକାର ଲାଗୁ କରିବେ । ଗର୍ଭବତୀ ମହିଳାଙ୍କ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ଯୋଜନା ଆରମ୍ଭ କରାଯିବ। ବିଜେପି ସରକାର ଆସିଲେ ୧୮ ମାସରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ନିଜ ନିଜ ଟଙ୍କା ଫେରି ପାଇବେ ।

ଅଙ୍ଗନବାଡି ଦିଦିଙ୍କର ମାସିକ ଦରମା ୧୨୦୦୦ ଓ ସହାୟିକାଙ୍କ ଦରମା ୮୦୦୦ କୁ ବୃଦ୍ଧି । ମୁଁ ମେଧାବୀ ଝିଅ ଯୋଜନାରେ ଝିଅ ଜନ୍ମ ହେଲେ ୨ ଲକ୍ଷ ଟଙ୍କା ମିଳିବ । ସୁଭଦ୍ରା ଯୋଜନାରେ ୫୦ ହଜାର କ୍ୟାସ ଭାଉଚର ମହିଳାଙ୍କୁ ପ୍ରଦାନ କରାଯିବ। ସ୍କୁଲରେ ମିଡ ଡେ ମିଲ ସହ ଜଳଖିଆ ପାଇଁ ଯୋଜନା ଆରମ୍ଭ ହେବ ।