ଆନ୍ଧ୍ର କ୍ୟାବିନେଟର ବଡ ନିଷ୍ପତି: ରାଜ୍ୟ ବିଧାନ ପରିଷଦ ଉଚ୍ଛେଦକୁ ମିଳିଲା ମଞ୍ଜୁରୀ

ଅମରବତୀ: ଆନ୍ଧ୍ରପ୍ରଦେଶ ମନ୍ତ୍ରିମଣ୍ଡଳ ସୋମବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେଇଛି । ରାଜ୍ୟ ବିଧାନ ପରିଷଦକୁ ଉଚ୍ଛେଦ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଖୁବ ଶୀଘ୍ର ଏହି ବିଲ୍‌କୁ ବିଧାନସଭାରେ ଉପସ୍ଥାପନ କରାଯିବ ।

ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ରାଜ୍ୟ ବିଧାନମଣ୍ଡଳର ଉଚ୍ଚତମ ସଦନର ଆବଶ୍ୟକତା ଉପରେ ଅନେକ ଥର ପ୍ରଶ୍ନ ଉଠାଇ ଆସିଛନ୍ତି । ରାଜ୍ୟ ବିଧାନ ପରିଷଦ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ପାସ୍ କରାଇବାରେ ପ୍ରତିବନ୍ଧକ ସାଜୁଥିବା ଦର୍ଶାଇ ଏହାକୁ ସମ୍ପୂର୍ଣ୍ଣ ଭାବରେ ଉଠାଇଦେବା ବିଧେୟକଙ୍କୁ ଆନ୍ଧ୍ର କ୍ୟାବିନେଟ୍‌ର ଅନୁମତି ମିଳିଛି ।

୫୮ ସଦସ୍ୟ ବିଶିଷ୍ଟ ଏହି ବିଧାନ ପରିଷଦରେ ୱାଇଏସଆରସିର ମାତ୍ର ୫ଜଣ ସଦସ୍ୟ ରହିଛନ୍ତି । ସଂଖ୍ୟା ଗରିଷ୍ଠତା ନଥିବା କାରଣରୁ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ପାସ କରାଇବାରେ ଜଗନ ସରକାର ବିଫଳ ହେବା ପରେ ଏହି ନିଷ୍ପତି ନେଇଛନ୍ତି । ତିନୋଟି ରାଜଧାନୀ ମଧ୍ୟ ରାଜ୍ୟ ବିଧାନ ପରିଷଦରେ ୱାଇଏସଆରସିର ସଂଖ୍ୟା ବଳ କମ ଥିବାରୁ ଏହି ବିଲ୍ ପାସ ହୋଇପାରିନଥିଲା । ଫଳରେ ୱାଇଏସଆରସି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।

ଖୁବଶୀଘ୍ର ଏହି ବିଲ୍‌କୁ ବିଧାନସଭାରେ ଉପସ୍ଥାପନ କରାଯିବ । ସିଏମ ଜଗନ ପାର୍ଟିର ନେତା ଓ ଆଇନ ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନେଇଛନ୍ତି ।