ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନିର୍ଦ୍ଦେଶକ୍ରମେ ଆନ୍ଧ୍ରରେ ଫସିଥିବା ଓଡ଼ିଆଙ୍କୁ ଥଇଥାନ ଓ ଖାଦ୍ୟ ବ୍ୟବସ୍ଥା

ଆନ୍ଧ୍ରପ୍ରଦେଶ: ସାରା ଦେଶରେ କୋରନା କାରଣରୁ ଲକ୍ ଡାଉନ୍‌ ହୋଇଯିବା ଫଳରେ ବିଭିନ୍ନ ଅଞ୍ଚଳରେ ଅନେକ ଲୋକ ସ୍ୱ ସ୍ୱ ଗୃହକୁ ଫେରି ନପାରି ହଇରାଣ ହରକତ ହେଉଛନ୍ତି । ସେହିପରି ଓଡ଼ିଶାରୁ ଆନ୍ଧ୍ର ପ୍ରଦେଶ ରାଜ୍ୟକୁ ଆସିଥିବା କିଛି ତୀର୍ଥଯାତ୍ରୀ ଓ ଶ୍ରମିକମାନେ ଫସିଯାଇଛନ୍ତି । ସେମାନଙ୍କର ରହିବା ଓ ଖାଇବାର ବ୍ୟବସ୍ଥା କରିବା ପାଇଁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେବା ଫଳରେ ରାଜ୍ୟ ପ୍ରଶାସନ ସେମାନଙ୍କର ସମସ୍ତ ବନ୍ଦୋବସ୍ତ କରିଛନ୍ତି । ପ୍ରକାଶଥାଉକି ଓଡ଼ିଶାରୁ ୧୫ ଜଣ ତୀର୍ଥଯାତ୍ରୀ ତିରୁପତି ଦର୍ଶନ କରିବା ପାଇଁ ଆନ୍ଧ୍ର ପ୍ରାଦେଶ ଆସିଥିଲେ । ଦେଶରେ ଜନତା କର୍ଫୁ ଓ ପରେ ପରେ ଲକ୍ ଡାଉନ୍ ଜାରି ପରେ ଉକ୍ତ ତୀର୍ଥଯାତ୍ରୀ ଓଡ଼ିଶା ଫେରି ନପାରି ରହିବା ଓ ଖାଇବାର ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତାଙ୍କର ଜଣେ ସଂପର୍କୀୟ ଶ୍ରୀଯୁକ୍ତ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ଫଳରେ ରାଜ୍ୟପାଳ ପ୍ରଶାସନକୁ କହି ସେମାନଙ୍କର ରହିବା ଓ ଖାଇବାର ବନ୍ଦୋବସ୍ତ କରିଥିଲେ । ସେହିପରି ଗୁଣ୍ଟୁର ଜିଲ୍ଳାର ମଙ୍ଗଳାଗିରି ଠାରେ ୩୦ ଜଣ ଶ୍ରମିକ, ଦୁବାଡା ଠାରେ ୨୦ ଜଣ ଶ୍ରମିକ, ବିଜୟୱାର୍ଡା ଠାରେ ୨୦ ଜଣ ଓ ବିଶାଖାପାଟଣା ଠାରେ ୨୩ ଜଣ ଶ୍ରମିକ ଏହି ଲକ୍‌ଡାଉନ୍‌ର ଶିକାର ହୋଇ ନାହିଁନଥିବା ଅବସ୍ଥା ଭୋଗିଥିଲେ । ସେମାନଙ୍କର
ସଂପର୍କୀୟମାନେ ଶ୍ରୀଯୁକ୍ତ ରାଜ୍ୟପାଳଙ୍କୁ ଅବଗତ କରାଇବା ପରେ ସେମାନଙ୍କର ମଧ୍ୟ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି । ଶ୍ରୀଯୁକ୍ତ ରାଜ୍ୟପାଳଙ୍କ ଉପରୋକ୍ତ ଜନହିତକାର କାର୍ଯ୍ୟ କାରଣରୁ ପୀଡ଼ିତଙ୍କ ସଂପର୍କୀୟମାନେ ଧନ୍ୟବାଦ ଅର୍ପଣ କରିଛନ୍ତି ।