ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପି.ଏମ୍. କେୟାରସ୍ ଫଣ୍ଡକୁ ଏକମାସର ଦରମା ଓ ସି.ଏମ୍. ରିଲିଫ୍ ଫଣ୍ଡଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ
ଆନ୍ଧ୍ରପ୍ରଦେଶ: ସମଗ୍ର ବିଶ୍ୱରେ ନଭେଲ୍ କୋରନା ଭାଇରସ୍ (କୋଭିଡ୍-୯୯) ଆତଙ୍କ ସୃଷ୍ଟି କରିଥିଲା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିଛି । ହଜାର ହଜାର ସଂଖ୍ୟାରେ ଲୋକ ଏହି ଭାରଇସର ଶିକାର ହୋଇ ମୃତ୍ୟୁବରଣ କରୁଥିଲା ବେଳେ ଏଥିପାଇଁ କୌଣସି ପ୍ରତିଷୋଧ ମୂଳକ ଔଷଧ ବାହାରି ନାହିଁ । ଭାରତ ବର୍ଷରେ ମଧ୍ୟ ଶତାଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ସାରିଲେଣି । ଏହାକୁ ରୋକିବା ପାଇଁ ପ୍ରାଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୨ ତାରିଖ ଦିନ ସାରା ଦେଶରେ ଜନତା କର୍ଫ୍ୟୁ ଜାରି କଲା ପରେ ୨୪ ତାରିଖ ମଧ୍ୟରାତ୍ରୀ ଠାରୁ ୨୧ ଦିନ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଛନ୍ତି ।
ଏହି ଲକ୍ଡାଉନ୍ ଫଳରେ ଦେଶରେ ତଥା ରାଜ୍ୟରେ ବିଭିନ୍ନ ବର୍ଗର ଲୋକ ଶ୍ରମିକ, ପ୍ରବାସୀ, ସାଧାରଣ ଜନତା ଅନେକ ଅସୁବିଧାରେ ଜୀବନ ଯାପନ କରୁଛନ୍ତି । କରୋନା ବିପତ୍ତି ସହିତ ଲଢ଼େଇ କରିବା ପାଇଁ ପ୍ରଧାନମନ୍ତ୍ରୀ ‘ପି.ଏମ୍. କେୟାରସ୍ ଫଣ୍ଡ’ ତାଙ୍କ ଅଧ୍ୟକ୍ଷତାରେ ଗଠନ କରିଛନ୍ତି ଓ ସମସ୍ତେ ଏଥିପାଇଁ ମୁକ୍ତହସ୍ତରେ ସହାୟତା ଦେବା ପାଇଁ ନିବେଦନ କରିଛନ୍ତି । ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ‘ପି.ଏମ୍. କେୟାରସ୍ ପଣ୍ଡ’କୁ ଏକମାସର ଦରମା ଓ ‘ଆନ୍ଧ୍ର ପ୍ରଦେଶ ସି.ଏମ୍. ରିଲିଫ୍ ଫଣ୍ଡ’କୁ ୧ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ଏହି ଭୟଙ୍କର ବେମାରିକୁ ରୋକିବା ପାଇଁ ହେଲେ ରାଜ୍ୟର ସାଧାରଣ ଜନତା ଏହି ଲକ୍ଡାଉନ୍କୁ କଡ଼ାକଡ଼ି ଭାବରେ ପାଳନ କରିବା ଏବଂ ଏହାର ପ୍ରତ୍ୟେକ ଗାଇଡ୍ଲାଇନ୍କୁ ମାନିବା ପାଇଁ ଶ୍ରୀଯୁକ୍ତ ରାଜ୍ୟପାଳ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ଏନ୍ସିସି, ଏନ୍ଏସ୍ଏସ୍, ରେଡ୍କ୍ରସ୍, ଏନ୍ଜିଓ, ସିଭିଲି ସୋସାଇଟି ମେମ୍ବର ମାନଙ୍କୁ ଏହି ସମୟରେ ଲୋକଙ୍କୁ ସାହାଯ୍ୟ କରିବା ଓ ଜନସଚେତନତା ସୃଷ୍ଟି କରିବା ସହିତ ନିଜ ନିଜ ଘରେ ଲୋକେ ରହିବାକୁ ନିବେଦନ କରିଛନ୍ତି । ବଦାନ୍ୟ ବକ୍ତିମାନେ ପି.ଏମ୍. କେୟାର ପାଣ୍ଠି ଓ ସି.ଏମ୍. ରିଲିଫ ପାଣ୍ଠିକୁ ମୁକ୍ତ ହସ୍ତରେ ଦାନ କରିବାକୁ ନିବେଦନ କରିଛନ୍ତି ।