ପୁଣି ଚର୍ଚ୍ଚାରେ ଅନୁଷ୍କା : ଆପଣ ଗର୍ଭବତୀ, ଏମିତି ପ୍ରଶ୍ନରେ କାହିଁକି ରାଗିଲେ ଅନୁଷ୍କା, ଜାଣନ୍ତୁ

ମୁମ୍ବାଇ : ବଲିଉଡ କୁଇନ ଅନୁଷ୍କା ଶର୍ମା ନିଜ ଅଭିନୟ ପାଇଁ ଜେତିକି ଚର୍ଚ୍ଚିତ, ତା ଠୁ ସେ ଏବେ ବେଶୀ ଚର୍ଚ୍ଚାରେ ନିଜ ପର୍ସନାଲ ଲାଇଫ କୁ ନେଇ । ବିରାଟଙ୍କୁ ବାହା ହେବାର ପାଖା ପାଖି ବଝ୍ନେ ହୋଇ ସାରିଲାଣି । ହେଲେ ସେ ମା କେବେ ହେବେ, ସେ ଗର୍ଭବତୀ ଅଛନ୍ତି କି ନାହାନ୍ତି ତାକୁ ନେଇ ପୁଣଇ ଥରେ ଚର୍ଚ୍ଚାକୁ ଆସିଛନ୍ତି ବିରାଟଙ୍କ ଘରଣୀ । ଏମିତି କି ସିଧା ସିଧା ସେ ଗର୍ଭବତୀ ଅଛନ୍ତି କି ନାହାନ୍ତି ପ୍ରଶ୍ନ ବି ପଚରିବା ଆରମ୍ଭ କରିଛନ୍ତି ଫ୍ୟାନ । ଆଉ ଏହାର ଉତ୍ତର ବି ନିଜେ ଅନୁଷ୍କା ରଖିଛନ୍ତି ।

ବିବାହକୁ ବର୍ଷେ ପୂରି ସାରିଥିବା ବେଳେ ଅନୁଷ୍କା ଏବେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହେଉଛି । ଏ ନେଇ ଅନୁଷ୍କାଙ୍କୁ ପଚରାଯିବା ପରେ ସେ ଏହାର ଉତ୍ତର ରଖିଥିଲେ ।
ମୁଁ ଜାଣି ନାହିଁ ଏଭଳି ଖବର ଆସୁଛି କେଉଁଠୁ? ଏ ସବୁ ବେକାର କଥା । ଆପଣ ବିବାହକୁ ଲୁଚାଇ ପାରିବେ । କିନ୍ତୁ ଗର୍ଭାବସ୍ଥାକୁ ନୁହେଁ । ଯଦି କେହି ଏଭଳି ଖବର ଲୁଚାଇବା ପାଇଁ ଚେଷ୍ଟା ବି କରିବ,୪ ମାସ ପରେ ସତ ଆପେ ଆପେ ବାହାରକୁ ଆସିଯିବ । କିନ୍ତୁ ଏବେ ମୋର ସେଭଳି କୌଣସି ଯୋଜନା ନାହିଁ । ମୁଁ ଏବେ ମୋ କାମ ଉପରେ ଅଧିକ ଧ୍ୟାନ ଦେଉଛି ବୋଲି କହିଥିଲେ ଅନୁଷ୍କା ।