ଅନୁଷ୍କା ଗର୍ଭବତୀ ! ସାକ୍ଷାତକାରରେ ନିଜେ ସବୁ ସତ ଖୋଲିଦେଲେ

ମୁମ୍ବାଇ : ବଲିଉଡ ଓ କ୍ରୀଡା ଜଗତରେ ସବୁଠୁ ବେଶୀ ଚର୍ଚ୍ଚିତ ଯୋଡି ହେଉଛନ୍ତି ବଲିଉଡ କୁଇନ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲି । ପ୍ରମେ ସଂପର୍କ ପରେ ଗତ ବର୍ଷ ଦୁହେଁ ବିବାହ କରିଛନ୍ତି । ବିବାହ ପରେ କେବେ ସେମାନଙ୍କର ସନ୍ତାନ ଆସିବ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବିରାଟ ବାପା ହେବେ ବୋଲି ସବୁଠି ଆଲୋଚନା ଚାଲିଛି । ଏମିତିକି କେହି କେହି କେତେ ମାସ ପରେ ଅନୁଷ୍କା ମା ହେବେ ସେନେଇ ବି ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । ଅନୁଷ୍କା ଗର୍ଭବତୀ ଥିବା ନେଇ ଖବର ଉଡୁଛି ।

ବିରାଟ ଓ ଅନୁଷ୍କାଙ୍କୁ ନେଇ ଏମିତି ଏକ ଖବର ଚର୍ଚ୍ଚା ପାଲଟିଛି। ପ୍ରଶଂସକମାନେ ମନରେ ଆଶା ରଖିଛନ୍ତି ଯେ ଖୁବ୍‌ ଶୀଘ୍ର ବିରୁଷ୍କା ମାମାବାବା ବନିବେ। ହେଲେ ଏବେ ଏହି ଚର୍ଚ୍ଚା ପଛର ସତ ଏବେ ପଦାକୁ ଆସିଛି । ନିଜେ ଅନୁଷ୍କା ଏହି ଖବରର ସତକୁ ଏକ ସାକ୍ଷାତକାର ମାଧ୍ୟମରେ ପଦାକୁ ଆଣିଛନ୍ତି । ନିଜେ ଗର୍ଭବତୀ ଥିବା ସଂପର୍କରେ ରୋକ ଠୋକ ଜବାବ ରଖିଛନ୍ତି ଅନୁଷ୍କା । ଆଉ ଏହା ପରେ ସତ ପଦାକୁ ଆସିଛି ।
ଅନୁଷ୍କା ଏହି ଖବରକୁ ଏକ ଗୁଜବର ନାମ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଏକ ଲୁଚେଇବା ପରି ଖବର ଆଦୌ ନୁହେଁ। ଯେଉଁମାନେ ଏପରି ଏକ ଖବର ପ୍ରଘଟ କରିଛନ୍ତି ସେମାନେ ୪ ମାସ ପରେ ଲଜ୍ଜା ଅନୁଭବ କରିବେ। ଚାରି ମାସ ପରେ ସେମାନେ ନିଜକୁ ନିଜେ କହିବେ ଯେ ମିଛ ଖବର ପ୍ରକାଶ କରିଥିଲେ ବୋଲି।

ହାତରୁ ମେହେନ୍ଦି ଲିଭିନି, ହେଲେ ପୁଣି ଥରେ ବାହାହେବେ ପ୍ରିୟଙ୍କା, କାହିଁକି ?