ସନ୍ତାନ ପାଇଁ ବିରାଟଙ୍କ ଆଗରେ ଅନୁଷ୍କାଙ୍କ ସର୍ତ୍ତ !

 ମୁମ୍ବାଇ: ସନ୍ତାନ ପାଇଁ ସର୍ତ୍ତ । ଏମିତି ସର୍ତ୍ତ ରଖିଛନ୍ତି ବଲିଉଡର ଚାହିଦା ଦାର ସେଲିବ୍ରେଟି ଅନୁଷ୍କା ଶର୍ମା । ସନ୍ତାନ ଜନ୍ମ ଦେବା ଆଗରୁ ସନ୍ତା ପାଇଂ ନିଜ ସ୍ବାମୀ ବିରାଟ ଙ୍କ ପାଖରେ କୁଆଡେ କେତେକ ସର୍ତ୍ତ ରଖିଛନ୍ତି । ଆଉ ଏହି ସର୍ତ୍ତକୁ କୁଆଡେ ବିରାଟ ଗ୍ରହଣ କରିଥିବା ନେଇ ବି ଟାଉନରେ ଚର୍ଚ୍ଚା ହେଉଛି ।

ଅନୁଷ୍କା ନିଜ ଭାବୀ ସନ୍ତାନକୁ ଏକ ସାଧରଣ ପିଲା ପରି ବଢାଇବାକୁ ଚାହୁଛନ୍ତି ସେମାନଙ୍କ କାମର ପ୍ରଭାବ ତାଙ୍କ ପିଲା ଉପରେ ପଡ଼ୁ ବୋଲି ଅନୁଷ୍କା ଚାହାନ୍ତି ନାହିଁ ତେଣୁ ନିଜ ସନ୍ତାନଙ୍କୁ ସେଲିବ୍ରିଟି ପିଲା ଭାବେ ନବଢାଇବାକୁ ସେ ବିରାଟ୍ଙ୍କୁ ବୁଝାଇ ଦେଇଛନ୍ତିଅନୁଷ୍କାଙ୍କ ଏପରି ସର୍ତ୍ତକୁ ବିରାଟ୍ମଧ୍ୟ ବେଶ୍ ଆଗ୍ରହର ସହ ଗ୍ରହଣ କରିଛନ୍ତି ପୂର୍ବରୁ ଏସମ୍ପର୍କରେ ନିଜେ ବିରାଟ ମଧ୍ୟ ସ୍ପଷ୍ଟ କରି ଦେଇଥିଲେ

ବିରାଟ୍କହିଥିଲେ, ସେ ଅନୁଷ୍କାଙ୍କଠାରୁ ବହୁତ କିଛି ଶିଖିଛନ୍ତି। ଗତ କିଛି ବର୍ଷ ଭିତରେ ଅନୁଷ୍କାଙ୍କ ପାଇଁ ସେ ନିଜ ଭିତରେ ଅନେକ ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରିଛନ୍ତି। ଯାହା ସେ ପୂର୍ବରୁ କେବେ କରି ନଥିଲେ, ଏବେ ସେସବୁ କରୁଛନ୍ତି। ଅନୁଷ୍କା ବହୁତ ଧର୍ମପରାୟଣା ହୋଇଥିବାରୁ ଏହାର ପ୍ରଭାବ ତାଙ୍କ ଉପରେ ପଡ଼ିଛି ଏବଂ ଏଥିଯୋଗୁ ନିଜ ଭିତରେ ବହୁ ସକାରାତ୍ମକ ପରିବର୍ତ୍ତନ ହୋଇଛି ବୋଲି ବିରାଟ୍କହିଥିଲେ

ବିରାଟ୍ଙ୍କ କହିବା ଅନୁସାରେ, ଅନୁଷ୍କା ଚାହାନ୍ତି ଯେ ସେମାନଙ୍କ କ୍ୟାରିୟର ସହ ଜଡ଼ିତ କୌଣସି କଥା ଘରେ ଆଲୋଚନା ହେବ ନାହିଁ ଏପରିକି ଉଭୟେ ପାଇଥିବା ଟ୍ରଫି କିମ୍ବା ଅନ୍ୟ କୌଣସି ଆଚିଭ୍ମେଣ୍ଟ୍ସେମାନଙ୍କ ଘରେ ବି ରହିବ ନାହିଁ କାରଣ ସେମାନଙ୍କ ପିଲା ବଡ଼ ହେବା ସମୟରେ ଆଦୌ ଅନୁଭବ ନକରୁ ଯେ ସେ ଏକ ସେଲେବ୍ରିଟି ଘରର ପିଲା

ଗତ ବର୍ଷ ଅନୁଷ୍କା ବିରାଟ ଇଟାଲିରେ ବିବାହ କରିଥିଲେ ଏବେ ଅନୁଷ୍କା ନିଜର ଅପ୍କମିଂ ଫିଲ୍ମସୁଇ ଧାଗା ପ୍ରମୋସନ୍ରେ ବ୍ୟସ୍ତ ଥିବାବେଳେ ସ୍ବାମୀ ବିରାଟ୍କୋହଲି ଇଂଲଣ୍ଡରେ ଟେଷ୍ଟ୍ମ୍ୟାଚ୍କୁ ନେଇ ବ୍ୟସ୍ତ ଉଭୟେ ନିଜ ନିଜ କାମରୁ ବିରତି ପାଇବା ପରେ ଯାଇ ଏକାଠି ଛୁଟି କାଟିବେ ଓ ସନ୍ତନା ହେବା ନେଇ ସର୍ତ୍ତ ପରେ ପରିବାର ବଢାଇବା କଥା ଆଗକୁ ବଢାଇବେ ବୋଲି ଚର୍ଚ୍ଚା ଚାଲିଛି ।