ମୁମ୍ବାଇ : ଅନୁଷ୍କା ଶର୍ମା ଗର୍ଭାବସ୍ଥାରେ ଯୋଗ କରୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଅନୁଷ୍କା ଏହି ଫଟୋ ସେୟାର କରିବାର କିଛି ସମୟ ଭିତରେ ସୋସିଆଲ ମିଡିଆ ୟୁଜର୍ସ ଏହାର ମିମ୍ସକୁ ଭାଇରାଲ କରିଦେଲେ। ଯାହା ଏବେ ଖୁବ୍ ଭାଇରାଲ ହେଉଛି। ଏହି ଫଟୋରେ ବିରାଟ କୋହଲି ବି ନଜର ଆସୁଛନ୍ତି। କିନ୍ତୁ ଅନୁଷ୍କା ଜଣାଇଛନ୍ତି ଯେ ଏହା ତାଙ୍କର ପୁରୁଣା ଫଟୋ। ଏବେ ଅନୁଷ୍କାଙ୍କର ଏହି ଫଟୋକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ନିଜ ରିଆକସନ୍ ଦେଉଛନ୍ତି।
#AnushkaSharma Is Doing Shirhasan During Pre*nency…
*Meanwhile Baby Inside: pic.twitter.com/aazM1RFkJs
— Na Man RajPut✨❤ Self Stan Account⚠💯 (@_itzz_rajput_) December 1, 2020
ଫଟୋ ସେୟାର କରି ଅନୁଷ୍କା ଲେଖିଛନ୍ତି ଯେ, ‘ଏହି ଏକ୍ସରସାଇଜ୍ ସବୁଠାରୁ ମୁସକିଲ। ମୋ ଜୀବନରେ ଯୋଗ ବହୁତ ମହତ୍ତ୍ୱପୂର୍ଣ୍ଣ। ମୋ ଡାକ୍ତର ବି କହିଛନ୍ତି, ମୁଁ ସେହି ସବୁ ଯୋଗ କରିପାରିବି ଯାହା ପ୍ରେଗନାଣ୍ଟ ପୂର୍ବରୁ କରୁଥିଲି।(ଏହି ଯୋଗାସନ କରିପାରେ। ମୋ ସ୍ୱାମୀ ବି ମୋତେ ସାହାଯ୍ୟ କରୁଛନ୍ତି ମୋର ଏକ୍ସଟ୍ରା ସେଫ୍ଟି ପାଇଁ।’)