ହଟ୍-ସେକ୍ସି ଟିଚର ଲୁକ୍ ରେ ଫେରୁଛନ୍ତି ଅନୁଷ୍କା

ମୁମ୍ବାଇ:  ବଲିଉଡର ଅନୁଷ୍କା ଶର୍ମା ବହୁଦିନର ବ୍ୟବଧାନ ପରେ ସିଲଭର ସ୍କ୍ରିନ୍ କୁ ଫେରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ସେ ୮୦ଦଶକର ଫିଲ୍ମ “ସତେ ପେ ସତା”ର ରିମେକ୍ ରେ ଫେରୁଥିବା ଜଣାପଡିଛି । ଯେଉଁଥିରେ ସେ ହ୍ରିତିକ୍ ରୋଶନଙ୍କ ଅପୋଜଟରେ ଆସିବେ । ତେବେ ପ୍ରଥମ କରି ହ୍ରିତିକ୍ ଓ ଅନୁଷ୍କାଙ୍କ ଯୋଡି ବଡ଼ ପରଦାରେ ଆସିବା ଖବର ପ୍ରସାରିତ ପରେ ଦର୍ଶକଙ୍କ ଉତ୍କଣ୍ଠା ଦ୍ୱିଗୁଣିତ ହୋଇଛି । ଏହି ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । “ସତେ ପେ ସତା”ରେ ପୂର୍ବରୁ ଅମିତାଭ ବଚ୍ଚନ ଏବଂ ହେମାମାଲିନୀ ଯୋଡିକୁ ଦେଖିବାକୁ ମିଳିଥିଲା । ଯେଉଁଥିରେ ହେମା ହଟ୍ ସେକ୍ସି ନର୍ସ ଭୂମିକାରେ ଅଭିନୟ କରିଥିଲେ । ତେବେ ଏହି ଫିଲ୍ମର ରିମେକରେ ଅନୁଷ୍କାଙ୍କୁ ଏଭଳି କିଛି ଭିନ୍ନ ଲୁକ୍ ରେ ଦେଖିବାକୁ ମିଳିବ । କଥାଟା ହେଉଛି, ଫରହା ଖାନ୍ ତାଙ୍କର ଏହି ଫିଲ୍ମରେ “ମେଁ ହୁଁ ନା”ର ତଡକା ଲଗାଇବେ । “ମେଁ ହୁଁ ନା” ଫିଲ୍ମରେ ସୁସ୍ମିତା ସେନ୍ ଙ୍କ ହଟ୍ ସେକ୍ସି ଟିଚର ଲୁକ ଫରହାଙ୍କ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଅର୍ଥାତ୍ ଅନୁଷ୍କାଙ୍କୁ ଏହି ଫିଲ୍ମରେ ଜଣେ ହଟ୍ ଏବଂ ସେକ୍ସି ଟିଚର ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ ।