
ନୂଆଦିଲ୍ଲୀ : ପଡିଆ ଚାରିପଟେ ହଜାର ହଜାର ଦର୍ଶକ । ହେଲେ ଦର୍ଶକଙ୍କୁ ଖାତିର ନାହିଁ । ପଡିଆକୁ ସିଧା ଦୈଡି ଦୈଡି ପସିଗଲେ ଗ୍ଲାମର କୁଇନ ଅନୁଷ୍କା ଶର୍ମା । ବିରାଟ ବି ପଡିଆରେ ଥିଲେ ତାଙ୍କ ପାଖକୁ ଯାଇ ଆଲିଙ୍ଗନ କଲେ । ଯୋରରେ କୁଢାଇ ପକାଇଲେ ବିରାଟଙ୍କୁ । ତେବେ କାହିଁକି ହଜାର ହଜାର ଲୋକଙ୍କ ସାମ୍ମାରେ ନିଜ ସ୍ୱାମୀଙ୍କୁ ଏମିତି ଆଲିଙ୍ଗନ କଲେ ଅନୁଷ୍କା । ପଡିଆରେ ଖୁସିରେ ବିଭୋର ହୋଇ ସ୍ୱାମୀଙ୍କ ସହ ଫଟୋ ବି ଉଠାଇଲେ । ଦେଖନ୍ତୁ ଏହି ଫୋଟକୁ କେମିତି ବିରାଟଙ୍କୁ ହଗ କରୁଛନ୍ତି ଅନୁଷ୍କା । ପଡିଆ ସାରା ସ୍ୱାମୀଙ୍କ ସହ ବୁଲି ବୁଲି ଫଟୋ ବି ଉଠାଉଛନ୍ତି । ତେବେ ଆପଣ ଆଉ କିଛି ଭାବୁଛନ୍ତି , ନା ସେମିତି କିଛି ନୁହେଁ, ସିଡନୀ ଗ୍ରାୁଣ୍ଡରେ ଅଷ୍ଟେଲିଆ ସହ ଟେଷ୍ଟ ସିରିଜ ବିଜୟ ହୋଇ ଟିମ ଇଣ୍ଡିଆ ଇତିହାସ ରଚିବା ପରେ ବିରାଟ ବାହିନି ସେଲିବ୍ରେସନ କରିବାର ଦୃଶ୍ୟ । ଏଥିରେ ସାମିଲ ହୋଇଥିଲେ ଅନୁଷ୍କା ।

ବିଜୟ ପରେ ଟିମ୍ ଇଣ୍ଡିଆର ସେଲିବ୍ରେସନ୍ । ପଡିଆରେ ହାତ ଧରାଧରି ହୋଇ ଚେ, ଚେ, ଚେ ଡାନ୍ସ କରିଛି ଭାରତୀୟ ଟିମ୍ । ବିରାଟ ଓ ଟିମ୍ର ଖେଳାଳି ଦର୍ଶକଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇଛନ୍ତି । ଖାଲି ସେତିକି ନୁହେଁ
ସିଡ୍ନୀ ଗ୍ରାଉଣ୍ଡରେ ବିରାଟଙ୍କ ସହିତ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବି ଦେଖିବାକୁ ମିଳିଥିଲା। ଖୁସିରେ ବିଭୋର ବିରାଟ ପଡ଼ିଆରେ ଅନୁଷ୍କାଙ୍କୁ ଆଲିଙ୍ଗନ କରିଥିଲେ। ଦୁହେଁ ସିଡ୍ନୀ ଗ୍ରାଉଣ୍ଡରେ ଅନେକ ଫଟୋ ମଧ୍ୟ ଉଠାଇଥିଲେ। ପୁରସ୍କାର ପ୍ରଦାନ ଉତ୍ସବ ବେଳେ ବି ଅନୁଷ୍କା ପଡ଼ିଆରେ ଉପସ୍ଥିତ ଥିଲେ ।