ମୁମ୍ୱାଇ: ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ପରିବାରରେ କରୋନା । ତାଙ୍କ ମାଆ ଓ ଭାଇଙ୍କ ସମେତ ପରିବାରର ଚାରି ଜଣଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତାରେ ଏହି ସୂଚନା ଦେଇଛନ୍ତି ଅନୁପମ ଖେର ।
This is to inform all that my mother Dulari is found Covid + (Mildly). We have admitted her into Kokilaben Hospital. My brother, bhabhi & niece inspite of being careful have also tested mildly positive.I got myself tested as well & I have tested negative. @mybmc is informed.!🙏 pic.twitter.com/EpjDIALft2
— Anupam Kher (@AnupamPKher) July 12, 2020
ଅନୁପମ ଖେର ଲେଖିଛନ୍ତି, ତାଙ୍କ ମାଆ ଦୁଲାରି, ଭାଇ ରାଜୁ, ଭାଉଜ ରିମା ଓ ଝିଆରୀ ବ୍ରିନ୍ଦା କରୋନା ସଂକ୍ରମିତ ହୋଇଛନ୍ତି । କିନ୍ତୁ ଅନୁପମ କେରଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିଛି ନେଗେଟିଭ୍ । ଭୂତାଣୁ ସଂକ୍ରମିତ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସମସ୍ତଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା ।
ପଜିଟିଭ୍ ଚିହ୍ନଟ ପରେ ଅନୁପମ ଖେରଙ୍କ ମାଆଙ୍କୁ ମୁମ୍ୱାଇର କୋକିଳା ବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । ଗତକାଲି ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ ହୋଇଥିଲେ ।