ପୂର୍ବତନ ବିଧାୟକ ଅନୁପ ସାଏ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ଏହାରି ମଧ୍ୟରେ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ଏନେଇ ରାୟଗଡ଼ ଜେଲ କର୍ତ୍ତୃପକ୍ଷ ଏନେଇ ଅନୁପଙ୍କ ବଡ଼ ଭାଇଙ୍କୁ ସୂଚନା ଦେଇଛନ୍ତି । ତାଙ୍କର ଛାତିରେ ଯନ୍ତ୍ରଣା ଯୋଗୁଁ ରାୟଗଡ଼ ଜିନ୍ଦଲ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଅନୁଯାୟୀ , ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ତିନି ତିନି ଥର ବିଧାୟକ ଭାବେ କଂଗ୍ରେସରୁ ଟିକେଟ ପାଇ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ ମସିହାରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୬ ମସିହା ଅପ୍ରେଲ ମାସରେ ମା ଓ ଝିଅଙ୍କ ଡ଼ବଲ ମର୍ଡର ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲରେ ଅଛନ୍ତି । ଫେବୃଆରୀ ୧୨ରେ ଅନୁପଙ୍କୁ ଗିରଫ କରିଥିଲା ପୋଲିସ ।