ଅନୁଗୋଳ : ଅନୁଗୋଳ ଅଂଚଳରେ ୮ବର୍ଷର ନାବାଳିକକୁ ଦୁଷ୍କର୍ମ ଘଟଣାରେ ତଦନ୍ତ ଆରମ୍ଭ କରି ତତ୍ପରତା ପ୍ରକାଶ କରିଛତ । ଏହି ଘଟଣାରେ ପୋଲିସ ୨ଜଣକୁ ଅଟକ ରଖିଥିବା ଜଣାପଡ଼ିଛି ।
୮ବର୍ଷର ନାବାଳିକକୁ ଦୁଷ୍କର୍ମ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଓ ଅନୁଗୋଳ ଏସପି ଉପସ୍ଥିତ ରହି ଘଟଣାକୁ ଅନୁଧ୍ୟାନ କରୁଛନ୍ତି । ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଆଜି ପୋଲିସ ୨ଜଣଙ୍କ ୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନାଯୋଗ୍ୟ, ଅନୁଗୋଳ ଜିଲ୍ଲା ବସଷ୍ଟାଣ୍ଡ ଅଂଚଳରୁ ଜଣେ ୮ ବର୍ଷର ଶିଶୁକୁ ଶନିବାର ମଧ୍ୟ ରାତିରେ ଟେକି ନେଇ କିଛି ଦୁର୍ବୃତ୍ତ ଦୁଷ୍କର୍ମ କରିଥିଲେ । ପରେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ଦୁର୍ବୃତ୍ତମାନେ ପୀଡ଼ିତାକୁ ପରିତ୍ୟକ୍ତ ଅଳିଆ ଗଦାରେ ଫିଙ୍ଗି ଦେଇ ଚାଲି ଯାଇଥିଲେ । ପରିବାର ଲୋକେ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।