ନବୀନଙ୍କୁ ଅନୁଭବଙ୍କ ଚିଠି, ଫିଲ୍ମ ଜଗତର ୭୦୦ ଶ୍ରମିକଙ୍କୁ ମିଳୁ ଆର୍ଥିକ ସହାୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଚିଠି । ଓଡିଶାର ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରୁଥିବା ଲୋକଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଅନୁଭବ।

ଓଡିଶା ମୋସନ ପିକ୍ଚର୍ସ ଟେକ୍‌ନିସିଆନ ଆଣ୍ଡ ୱାର୍କରସ ଆସୋସିଏସନରେ ପ୍ରାୟ ୭୦୦ ସଭ୍ୟ ରହିଛନ୍ତି। ଲକ୍ ଡାଉନ୍ ଯୋଗୁଁ ଏହି ଶ୍ରମିକ ମୁଣ୍ଡରେ ହାତ ଦେଇଛନ୍ତି। କାମ ବନ୍ଦ ରହିଛି। ତେଣୁ ସରକାର ସେମାନଙ୍କ ପାଇଁ ସହାୟତା ଦିଅନ୍ତୁ। ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ପାଣ୍ଠିରୁ ସେମାନଙ୍କୁ ସହାୟତା ଦିଆଯାଉ ବୋଲି ସେ ଲେଖିଛନ୍ତି।