ଡାକ୍ତରଖାନାକୁ ଅନୁଭବଙ୍କ ଅଚାନକ ଗସ୍ତ, ପରଖିଲେ ପରିସ୍ଥିତି

କେନ୍ଦ୍ରାପଡା: ସ୍ବାସ୍ଥ୍ୟସେବାକୁ ନେଇ ତତ୍ପର ସାଂସଦ ଅନୁଭବ ମହାନ୍ତି । ଏହି କ୍ରମରେ ରବିବାର ବିଳମ୍ବିତ ରାତିରେ ସେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଥିଲେ । ସେଠାରେ ବିଭିନ୍ନ ପ୍ରକାରର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିସହିତ ଡ୍ୟୁଟିରେ ଥିବା ଡାକ୍ତରଙ୍କ ସହ ଆଲୋଚନା କରି ସ୍ଥାନୀୟ ଯୁବକଙ୍କୁ ନେଇ ଏକ ଟିମ ଗଠନ କରିବା ସହ ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

ସୂଚନାନୁସାରେ, ଗତ କିଛି ଦିନ ତଳେ ଅନୁଭବ ଅଚାନକ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିଥିଲେ । ଗସ୍ତ ସମୟରେ ସେ ସିଡିଏମଓ, କର୍ମଚାରୀ ଓ ରୋଗୀଙ୍କ ସହ ଆଲୋଚନା କରିଥିଲେ । ଚିକିତ୍ସାଳୟର କର୍ମଚାରୀମାନେ ଚିକିତ୍ସା ପାଇଁ ଟଙ୍କା ମାଗୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗକୁ ଅନୁଭବ ଟ୍ବିଟର ଓ ଫେସବୁକ ଜରିଆରେ ସେୟାର କରିଥିଲେ ।