ବିଜେପିରେ ମିଶିଲେ ଅନୁଭବ ମହାନ୍ତି

ବିଜେପିରେ ମିଶିଲେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଅନୁଭବ ବିଜେପି ଦଳରେ ସାମିଲ ହୋଇଛନ୍ତି । ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ଗତ ମାର୍ଚ୍ଚ ୩୦ ତାରିଖରେ ବିଜେଡିରୁ ସାଂସଦ ଅନୁଭବ ମହାନ୍ତି ଇସ୍ତଫା ଦେଇଥିଲେ ।

ବିଜେଡି ଛାଡିବା ପରେ ଅନୁଭବ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ସବୁ ଚର୍ଚ୍ଚାରେ ଅବସାନ ଘଟାଇ ସୋମବାର ବିଜେପି ଦଳରେ ସାମିଲ ହୋଇଛନ୍ତି ।