ମୁମ୍ବାଇ: ଓଡ଼ିଆ ଗାୟିକା ସୋନା ମହାପାତ୍ର ଏବଂ ଅନ୍ୟ କେତେଜଣ ବଲିଉଡ୍ ଗାୟିକାଙ୍କ ଅଭିଯୋଗ ପରେ ସଙ୍ଗୀତଭିତ୍ତିକ ରିୟଲିଟି ସୋ’ ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୧ରୁ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ ବିଦା ହୋଇଛନ୍ତିି । ଏହି ରିୟଲିଟି ସୋ’ରେ ଅନୁ ଅନ୍ୟତମ ବିଚାରକ ଭାବରେ ଅଂଶ ଗ୍ରହଣ କରୁଥିଲେ। ଏହି ସୋ’ରେ ପ୍ରଯୋଜନା କରୁଥିବା ସୋନି ଟଭିି ପକ୍ଷରୁ କୁହାଯାଇଛି କି ଅନୁ ମଲିକ ନିଜ ଆଡୁ ଇଣ୍ଡିଆ ଆଇଡଲ ବିଚାରକ ପଦରୁ ଓହରି ଯାଇଛନ୍ତି।
ଜାତୀୟ ମହିଳା କମିସନ୍ଙ୍କ ପକ୍ଷରୁ ସୋନି ଟିଭିିକୁ ସହ-କଳାକାରଙ୍କ ପ୍ରତି ଅଶାଳୀନ ଆଚରଣ ପ୍ରଦର୍ଶନ କରୁଥିବା ଅନୁ ମଲିକଙ୍କୁ କିପରି ବିଚାରକ ଭାବେ ନିଆଯାଇଛି ତାହା ପ୍ରଶ୍ନ କରାଯାଇ ଏକ ନୋଟିସ୍ ଜାରି କରାଯାଇଥିଲା। ମହିଳା କମିସନ୍ଙ୍କ ପକ୍ଷରୁ ଏହି ନୋଟିସ୍ରେ କର୍ମ କ୍ଷେତ୍ରରେ ମହିଳାମାନଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଥିବା ବ୍ୟକ୍ତିଙ୍କ ପ୍ରତି କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଇଛି ତାହା ଜଣାଇବାକୁ କୁହାଯାଇଥିଲା। ଏହି ନୋଟିସ ଆସିବା ପରେ ଅନୁ ମଲିକ ଇଣ୍ଡିଆନ ଆଇଡଲ ସିଜନ ୧୧ରୁ ବିଦା ହୋଇଥିବା ଖବର ପ୍ରସାରିତ ହୋଇଛି।