ଦିଲ୍ଲୀ ହିଂସା; ମୃତ୍ୟୁ ସଂଖ୍ୟା ୨୩ରେ ପହଂଚିଲା, ଶାନ୍ତି ପାଇଁ ଅପିଲ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସିଏଏକୁ ନେଇ ଲାଗିରହିଥିବା ହିଂସା ଥମିବାର ନାଁ ନେଉନି । ତେବେ ଏହି ହିଂସା ଯୋଗୁଁ ଏଯାବତ୍ ୨୩ଜଣଙ୍କୁ ମୃତ୍ୟୁ ହୋଇଥିବାବେଳେ ୨୦୦ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ହିଂସାକୁ ନେଇ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଉତର-ପୂର୍ବ ଦିଲ୍ଲୀରେ ସ୍ଥିତି ଅଣାୟତ ହେବାରେ ଲାଗିଛି। କିଛି ଦିନ ହେବ ସିଏଏ ସପକ୍ଷ ଦଳ ଓ ବିପକ୍ଷ ଦଳ ମଧ୍ୟରେ ସଂଘର୍ଷ ଯୋଗୁଁ ଦୋକାନ ବଜାର ଜଳାପୋଡ଼ା ସହ ପରସ୍ପରକୁ ପଥରମାଡ଼ କରାଯାଉଛି । ତେଣୁ ଦିଲ୍ଲୀରେ ଶାନ୍ତି ବଜାରୟ ରଖିବା ପାଇଁ ଦିଲ୍ଲୀବାସୀଙ୍କୁ ଟ୍ୱିଇଟ ମାଧ୍ୟମରେ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଟ୍ୱିଟରେ ଲେଖିଛନ୍ତି ଯେ, “ଶାନ୍ତି ଓ ସଦଭାବ ଆମ ଲୋକନୀତିର ପ୍ରମୁଖ ଅଂଶ ଅଟେ । ଦିଲ୍ଲୀର ଭାଇ ଭଉଣୀମାନଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ମୁଁ ଅପିଲ କରୁଛି। ଖୁବଶୀଘ୍ର ଏହି ପରିସ୍ଥିତି ସୁଧୁରିବ ” ।

ଏହା ସହ ସେ ଟ୍ୱିଟରେ ଲେଖିଛନ୍ତି ଯେ, ଦିଲ୍ଲୀର ବିଭିନ୍ନ ଅଂଚଳରେ ଦେଖାଯାଇଥିବା ହିଂସାକାଣ୍ଡର ସ୍ଥିତି ସମୀକ୍ଷା କରିଛି। ଦିଲ୍ଲୀ ପୋଲିସ ଓ ଅନ୍ୟ ଏଜେନ୍ସିମାନେ ମଧ୍ୟ ସେଠାରେ ଶାନ୍ତି ପାଇଁ ପ୍ରୟାସ କରୁଛନ୍ତି ।

ଦିଲ୍ଲୀରେ ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ଅତିରିକ୍ତ ୮୦୦୦ ଯବାନଙ୍କୁ ସମ୍ବେଦନଶୀଳ ଅଂଚଳରେ ମୁତୟନ କରାଯାଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଉତେଜନାପୂର୍ଣ୍ଣ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଥିଲେ ମଧ୍ୟ ଆଜି କେତେକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୩ ଛୁଇଁଛି । ପ୍ରାୟ ୨୦୦ ଜଣ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଆହତଙ୍କ ମଧ୍ୟରେ ପୋଲିସ କର୍ମୀ, ସାଧାରଣ ଜନତା ଓ ଯବାନ ମଧ୍ୟ ରହିଛନ୍ତି ।