ଭୁବନେଶ୍ୱର:ଓଡ଼ିଶାର କରୋନା ହଟସ୍ପଟ ଥିବା ରାଜଧାନୀଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଂଟିବଡ଼ି ରାପିଡ୍ ଟେଷ୍ଟ । କରୋନା ଭୂତାଣୁ ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଏହି ଟେଷ୍ଟ କରାଯାଏ ।
ଆଜିଠୁ ଭୁବନେଶ୍ଵର ଠାରେ ଆଂଟିବଡ଼ି ରାପିଡ୍ ଟେଷ୍ଟ ଆରମ୍ଭ ହୋଇଛି । ଏଥିରେ ରକ୍ତ ନମୂନା ପରୀକ୍ଷା କରାଯାଏ । ମାତ୍ର ୧୫ରୁ ୨୦ ମିନିଟ୍ ଭିତରେ ରିପୋର୍ଟ ଆସେ। ଯଦି ନମୂନା ରିପୋର୍ଟ ପଜିଟିଭ୍ ଆସେ, ତେବେ ପୁଣି ଥରେ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାବ ପରୀକ୍ଷା କରାଯାଇଥାଏ ।
କରୋନା ହଟସ୍ପଟ ମୁକ୍ତ କରିବା ପାଇଁ ଭୁବନେଶ୍ୱରରେ ମାସ ସାମ୍ପୁଲ ଟେଷ୍ଟ ଆରମ୍ଭ ହୋଇଛି । ବିଏମସି ପକ୍ଷରୁ ୩ଟି ଜୋନ ବିଏମସି ନର୍ଥ ଜୋନ୍, ସାଉଥ ଜୋନ୍ ଏବଂ ସାଉଥ ଇଷ୍ଟ ଜୋନ୍ରେ ସାମ୍ପଲ ସଂଗ୍ରହ କରାଯାଉଛି । ଏଥିପାଇଁ ୧୩ ଟି ଟିମ ଗଠନ କରି ଆରମ୍ଭ ହୋଇଛି ନମୂନା ସଂଗ୍ରହ ଅଭିଯାନ ।