ଅଂଶୁଳା କାନ୍ତ ବିଶ୍ବବ୍ୟାଙ୍କର ଏମଡି ତଥା ମୁଖ୍ୟ ଆର୍ଥିକ ଅଧିକାରୀ ନିଯୁକ୍ତ

ୱାସିଂଟନ: ଭାରତୀୟ ‌ଷ୍ଟେଟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶିକା ଅଂଶୁଳା କାନ୍ତ ବିଶ୍ବବ୍ୟାଙ୍କର ଏମଡି ତଥା ମୁଖ୍ୟ ଆର୍ଥିକ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ସେ ବିଶ୍ବବ୍ୟାଙ୍କ ସଭାପତି ଡେଭିଡ ମାଲପାସ୍‌ଙ୍କୁ ରିପୋର୍ଟ କରିବେ। ସେ ବିଶ୍ବବ୍ୟାଙ୍କ ଗ୍ରୁପର ଆର୍ଥିକ ଏବଂ ରିସ୍କ ପରିଚାଳନା ଦାୟିତ୍ବରେ ରହିବେ। ଅର୍ଥ, ବ୍ୟାଙ୍କିଂ ଏବଂ ପ୍ରଯୁକ୍ତିର ଅଭିନବ ବ୍ୟବହାର ଉପରେ ତାଙ୍କର ଦୀର୍ଘ ୩୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି।