ଭୁବନେଶ୍ୱର: ରାଜ୍ୟ ପାଇଁ ଆଉ ଏକ ଖୁସି ଖବର । ଗତକାଲି ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଉଭୟଙ୍କ ଘର ଭୁବନେଶ୍ୱରରେ। ଆଜି ସେମାନଙ୍କ ରକ୍ତ ଓ ସ୍ୱାବ୍ ରିପୋର୍ଟ ନେଗେଟିଭ୍ ଆସିଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୧ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।
As Odisha continues to contain Covid , another two patients, both belonging to Bhubaneswar, have recovered and tested negative for COVID-19. They are being discharged from the hospital.
With these two cases, the total recoveries is 21.
— H & FW Dept Odisha (@HFWOdisha) April 17, 2020
‘କରୋନା’ରେ ଆଜି ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆକ୍ରାନ୍ତ ହୋଇଥିଲେ। ସେଥିରୁ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୩୮ ଜଣଙ୍କ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଆଜି ସୁସ୍ଥ ହୋଇଥିବା ଦୁଇ ଜଣଙ୍କୁ ମିଶାଇ କେବଳ ଭୁବନେଶ୍ୱରରେ ୧୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ମାତ୍ର ସେମାନେ ଭୁବନଶ୍ୱରର କେଉଁ ଅଂଚଳରେ ସେନେଇ ସ୍ୱାସ୍ଥ୍ୟ ବିଭାଗ କୌଣସି ସୂଚନା ଦେଇନାହିଁ।