୪ରୁ ଆଉ ଏକ ଲଘୁଚାପ!

ଭୁବନେଶ୍ୱର: ଲଗାତାର ଭାବେ ୫ଦିନ ବର୍ଷିବା ପରେ ଏବେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷାର ପରିମାଣ କମିଛି । କିଛି ସ୍ଥାନରେ ୨ଦିନ ହେଲା ଆଦୌ ବର୍ଷା ହୋଇନାହିଁ । ତେବେ ଆସନ୍ତା ୪ ତାରିଖରୁ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି  ।

ସୂଚନାନୁସାରେ, ରାଜ୍ୟରେ ମୌସୁମୀ ଏକ ପ୍ରକାର ଉଭାନ ହୋଇଯାଇଥିଲା । କିନ୍ତୁ ଓଡିଶା-ଆନ୍ଧ୍ର ସୀମାରେ ସୃଷ୍ଟ ଲଘୁଚାପ ହେତୁ ମୌସୁମୀ ପୁଣି ସକ୍ରିୟ ହେବା ସହ ସାରା ଓଡିଶାକୁ ଭିଜାଇଥିଲା । ଫଳରେ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଏପରିକି ଦକ୍ଷିଣ ଓଡିଶାର କିଛି ଜିଲ୍ଲାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ୨ଦିନ ହେଲା ଅନେକ ସ୍ଥାନରେ ବର୍ଷା ହୋଇନାହିଁ । ଆଉ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇଛି ।

ଭୁବନେଶ୍ୱର ସ୍ଥିତି ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଆସନ୍ତା ୪୮ ଘଂଟା ମଧ୍ୟରେ ସ୍ପଳ୍ପ ବୃଷ୍ଟିପାତ ହେବ । ଅଗଷ୍ଟ ୨ରେ ଦକ୍ଷିଣ ଓଡିଶା ଓ ୩ରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ । ସେହିପରି ୪ ତାରିଖରେ ଉତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏବେ ସୁଧା ୨୦ ପ୍ରତିଶତ କମ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର କହିଛି ।