କଟକ: କଟକର ଏସିବି ବଡ ମେଡିକାଲରେ ୨ୟ କୋରୋନା ସନ୍ଦିଗ୍ଧ ଭର୍ତି ହୋଇଥିବା ଜଣାପଡିଛି । ତେବେ ଉକ୍ତ ଡାକ୍ତରୀ ଛାତ୍ର ଜଣଙ୍କ ଚୀନରୁ ଫେରିଥିବା ଜଣାପଡିଛି ।
ପୂର୍ବରୁ ଫୁଲବାଣୀର ଜଣେ ଛାତ୍ର କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଭର୍ତି ହୋଇଥିବା ବେଳେ ଏବେ ଦ୍ୱିତୀୟ ସନ୍ଦିଗ୍ଧ ଭାବରେ ଜଣେ ଡାକ୍ତରୀ ଛାତ୍ରୀ ମଧ୍ୟ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କୋରୋନା ପାଇଁ ସ୍ବତନ୍ତ୍ର ଭାବେ ଖୋଲାଯାଇଥିବା ଆଇସୋଲେସନ୍ ୱାର୍ଡରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କ ରକ୍ତ ଓ ଲାଳର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ସୋମବାର ଭୁବନେଶ୍ବରସ୍ଥିତ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍ଆର)କୁ ପଠାଯିବ। ଉକ୍ତ ନମୁନାକୁ ପୁନେସ୍ଥିତ ନାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି(ଏନ୍ଆଇଭି)କୁ ପଠାଯିବ ବୋଲି ଏସ୍ସିବି କର୍ତୃପକ୍ଷ ସୂଚନା ଦେଇଛନ୍ତି। ଛାତ୍ରୀଙ୍କ ସହିତ ତାଙ୍କ ସ୍ବାମୀ ଆସିଥିବାରୁ ଅନୁଧ୍ୟାନ ପାଇଁ ତାଙ୍କୁ ମଧ୍ୟ ଏସ୍ସିବିରେ ରଖାଯାଇଥିବା ଜଣାପଡ଼ିଛି।