ନନ୍ଦନକାନନରେ ହରପିସ୍ ସଂକ୍ରମଣରେ ହାତୀ ଗୌରୀ ମୃତ

ଭୁବନେଶ୍ୱର:ନନ୍ଦନକାନନରେ କାୟା ବିସ୍ତାର କରୁଛି ହରପିସ୍ ଭାଇରସ । ଏହି ଭାଇରସ ଗୋଟିଏ ପରେ ଗୋଟିଏ ଚାରୋଟି ହାତୀଙ୍କ ମୁଣ୍ଡ ନେଇ ସାରିଲାଣି । ଗତକାଲି ଏହି ଭାଇରସ ସଂକ୍ରମଣ ଯୋଗୁଁ ଆଉ ଏକ ହାତୀର ଜୀବନ ଯାଇଛି ।

ରାଜ୍ୟର ସବୁଠାରୁ ବଡ ପ୍ରଣୀ ଉଦ୍ୟାନ ନନ୍ଦନକାନନରେ ହାତୀ ମଡକ ଦେଖାଦେଇଛି । ହରପିସ୍ ନାମକ ଏକ ଭାଇରସର ସଂକ୍ରମଣରେ ଚାଲି ଯାଉଛି ଗୋଟିଏ ପରେ ଗୋଟିଏ ହାତୀର ଜୀବନ । ଫଳରେ ଗତ ୨୫ଦିନରେ ୪ଟି ହାତୀଛୁଆଙ୍କ ଅକାଳ ବିୟୋଗ ଘଟିଛି । ଗତକାଲି ରାତ୍ର ୯.୫୧ ମିନିଟରେ ହାତୀ ଛୁଆ ମୃତ୍ୟୁବରଣ କରିଛି । ଏହି ହାତୀକୁ ଆଠଗଡ ଫରେଷ୍ଟ ଡିଭିଜନରୁ ଉଦ୍ଧାର କରାଯାଇଥିଲା ।

ପୂର୍ବରୁ ଏହି ରୋଗରେ କୁଲି ଓ ଚନ୍ଦନ ପ୍ରାଣ ହରାଇଥିଲେ । ଏହାପରେ କମଳାର ଜୀବନ ଯାଇଥିଲା । କିନ୍ତୁ ଗତକାଲି ଗୌରୀକୁ ମଧ୍ୟ ନନ୍ଦନକାନନ କର୍ତୃପକ୍ଷ ବଂଚାଇପାରି ନଥିଲେ । ଗୌରୀର ମୃତ୍ୟୁପରେ ହାତୀ ସଂଖ୍ୟା ୮ରୁ ୪କୁ ଖସି ଆସିଛି । ଏହାସହ ଆଉ ଏଖ ଦୁଇ ବର୍ଷର ହାତୀ ମାମା ପ୍ରତି ମଧ୍ୟ ବିପଦ ରହିଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାକୁ ଜଗି ବସିଛନ୍ତି । ତେବେ ଏହି ରୋଗର ମୁକାବିଲା କରିବା ପାଇଁ ଆମେରିକା, କେରଳ ଓ ଆସାମର ବିଶେଷଜ୍ଞଙ୍କ ସହ କଥା ହୋଇଥିବା ପିସିସିଏଫ ସୂଚନା ଦେଇଛନ୍ତି ।