ରାଜ୍ୟରୁ ଆଜି ସୁସ୍ଥ ହେଲେ ୬୨୯ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରୁ ଆଜି ୬୨୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୧୪୦୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ଅନୁଗୁଳରୁ ୭୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୫ଜଣ, ଖୋର୍ଧାରୁ ୬୦ଜଣ, ମୟୁରଭଞ୍ଜରୁ ୪୪ଜଣ, ନୂଆପଡ଼ାରୁ ୩୯ଜଣ, ଝାରସୁଗୁଡ଼ାରୁ ୩୬ଜଣ, ବଲାଙ୍ଗୀରରୁ ୩୧ଜଣ, କଟକରୁ ୨୯ଜଣ, ଜଗତସିଂହପୁରରୁ ୨୮ଜଣ, କେନ୍ଦୁଝରରୁ ୨୬ଜଣ, ବାଲେଶ୍ବରରୁ ୨୫ଜଣ, ଭଦ୍ରକରୁ ୨୦ଜଣ, ସମ୍ବଲପୁରରୁ ୧୯ଜଣ, ଗଞ୍ଜାମରୁ ୧୭ଜଣ, କେନ୍ଦ୍ରାପଡ଼ାରୁ ୧୭ଜଣ, ପୁରୀରୁ ୧୭ଜଣ, ବରଗଡ଼ରୁ ୧୪ଜଣ, ଯାଜପୁରରୁ ୧୪ଜଣ, କଳାହାଣ୍ଡିରୁ ୭ଜଣ, ନୟାଗଡ଼ରୁ ୭ଜଣ, ଢ଼େଙ୍କାନାଳରୁ ୬ଜଣ, କରୋପୁଟରୁ ୬ଜଣ, ଗଜପତିରୁ ୪ଜଣ, ନବରଙ୍ଗପୁରରୁ ୪ଜଣ, ରାୟଗଡ଼ାରୁ ୪ଜଣ, ବୌଦ୍ଧରୁ ୩ଜଣ, ଦେବଗଡ଼ରୁ ୩, କନ୍ଧମାଳରୁ ୨, ସୁବର୍ଣ୍ଣପୁରରୁ ଜଣେ ଓ ଷ୍ଟେଟପୁଲରୁ ୮ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Another 629 Covid patients have recovered in odisha