ଭୁବନେଶ୍ୱର : ରାଜ୍ୟରେ ଆଜି କରୋନାରୁ ୩୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୭୪୯କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।
Another 371 Covid patients have recovered and are being discharged on 26.12.2020
47 from Khordha
38 from Sundargarh
32 from Anugul
28 from Bolangir
28 from Cuttack
27 from Sambalpur
20 from Keonjhar
16 from Baleswar
16 from Jajapur
16 from Mayurbhanj
15 from Nuapada— H & FW Dept Odisha (@HFWOdisha) December 26, 2020
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଖୋର୍ଦ୍ଧାରୁ ୪୭ଜଣ, ସୁନ୍ଦରଗଡ଼ରୁ ୩୮ଜଣ, ଅନୁଗୁଳରୁ ୩୨ଜଣ, ବଲାଙ୍ଗୀରରୁ ୨୮ଜଣ, କଟକରୁ ୨୮ଜଣ, ସମ୍ବଲପୁରରୁ ୨୭ଜଣ, କେନ୍ଦୁଝରରୁ ୨୦ଜଣ, ବାଲେଶ୍ବରରୁ ୧୬ଜଣ, ଯାଜପୁରରୁ ୧୬ଜଣ, ମୟୂରଭଞ୍ଜରୁ ୧୬ଜଣ, ନୂଆପଡ଼ାରୁ ୧୫ଜଣ, ଜଗତସିଂହପୁରରୁ ୧୧ଜଣ, କେନ୍ଦ୍ରାପଡ଼ାରୁ ୯ଜଣ, ବରଗଡ଼ରୁ ୮ଜଣ, ଝାରସୁଗୁଡ଼ାରୁ ୭ଜଣ, ଢ଼େଙ୍କାନାଳରୁ ୬ଜଣ, କୋରାପୁଟରୁ ୬ଜଣ, ଭଦ୍ରକରୁ ୫ଜଣ, ଗଜପତିରୁ ୪ଜଣ, ଗଞ୍ଜାମରୁ ୪ଜଣ, କଳାହାଣ୍ଡିରୁ ୩ଜଣ, ନବରଙ୍ଗପୁରରୁ ୩ଜଣ, ପୁରୀରୁ ୩ଜଣ, ରାୟଗଡ଼ାରୁ ୩ଜଣ, ମାଲକାନଗିରିରୁ ୨ଜଣ, ସୋନପୁରରୁ ୨ଜଣ, ଦେଓଗଡ଼ରୁ ଏବଂ ନୟାଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୧୦ଜଣ ସୁସ୍ଥ ହୋଇଛନ୍ତି।