ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ୩ ଲକ୍ଷ ଅତିକ୍ରମ କରିଥିବା ବେଳେ ଆଜି ରାଜ୍ୟରେ ୧ ହଜାର ୩୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ୦୧୭୭୭ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି।
Another 1303 Covid patients have recovered and are being discharged on 18.11.2020
108 from Cuttack
103 from Anugul
101 from Mayurbhanj
97 from Sundargarh
96 from Khordha
86 from Jharsuguda
55 from Jagatsinghpur
54 from Baleswar
53 from Kendrapara
50 from Keonjhar— H & FW Dept Odisha (@HFWOdisha) November 18, 2020
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୧୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୦୩ଜଣ, ମୟୂରଭଞ୍ଜରୁ ୧୦୧ଜଣ, ସୁଦରଗଡ଼ରୁ ୯୭ଜଣ, ଖୋର୍ଦ୍ଧାରୁ ୯୬ଜଣ, ଝାରସୁଗୁଡାରୁ ୮୬ଜଣ, ଜଗତସିଂହପୁରରୁ ୫୫ଜଣ, ବାଲେଶ୍ୱରରୁ ୫୪ଜଣ, କେନ୍ଦ୍ରାପଡ଼ାରୁ ୫୩ଜଣ, କେନ୍ଦୁଝରରୁ ୫୦ଜଣ, କଳାହାଣ୍ଡିରୁ ୪୭ଜଣ, ବଲାଙ୍ଗୀରରୁ ୪୬ଜଣ, ନୟାଗଡରୁ ୪୦ଜଣ, କୋରାପୁଟରୁ ୩୮ଜଣ, ବରଗଡ଼ରୁ ୩୭ଜଣ, ନୂଆପଡାରୁ ୩୭ଜଣ, ପୁରୀରୁ ୩୪ଜଣ, ସମ୍ବଲପୁରରୁ ୩୨ଜଣ, ଯାଜପୁରରୁ ୩୦ଜଣ, ଗଞ୍ଜାମରୁ ୨୬ଜଣ, ସୋନପୁରରୁ ୨୫ଜଣ, ନବରଙ୍ଗପୁରରୁ ୨୨ଜଣ, ରାୟଗଡାରୁ ୧୪ଜଣ, ଢେଙ୍କାନାଳରୁ ୧୧ଜଣ, ମାଲକାନଗିରିରୁ ୧୦ଜଣ, କନ୍ଧମାଳରୁ ୯ଜଣ, ବୌଦ୍ଧରୁ ୭ଜଣ, ଗଜପତିରୁ ୪ଜଣ, ଦେଓଗଡ଼ରୁ ୩ଜଣ, ଭଦ୍ରକରୁ ୨ଜଣ ଏବଂ ଷ୍ଟେଟ ପୁଲରୁ ୨୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।