ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୦୧୧ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୦୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪ ହଜାର ୯୦୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୧୩୮ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ଖୋର୍ଦ୍ଧାରୁ ୧୧୪ଜଣ, ବଲାଙ୍ଗୀରରୁ ୮୧ଜଣ, କଟକରୁ ୭୮ଜଣ, ମୟୂରଭଞ୍ଜରୁ ୭୬ଜଣ, ବାଲେଶ୍ବରରୁ ୪୫ଜଣ, ଜଗତସିଂହପୁରରୁ ୪୫ଜଣ, କେନ୍ଦ୍ରାପଡ଼ାରୁ ୪୩ଜଶ, କଳାହାଣ୍ଡିରୁ ୪୦ଜଣ, ସୁନ୍ଦରଗଡ଼ରୁ ୩୯, ବରଗଡ଼ରୁ ୩୪, ନୂଆପଡ଼ାରୁ ୨୯ଜଣ, ଯାଜପୁରରୁ ୨୮ଜଣ, ପୁରୀରୁ ୨୬ଜଣ, ଢ଼େଙ୍କାନାଳରୁ ୨୪ଜଣ, କେନ୍ଦୁଝରରୁ ୨୦ଜଣ, ନବରଙ୍ଗପୁରରୁ ୧୯ଜଣ, ଝାରସୁଗୁଡ଼ାରୁ ୧୮ଜଣ, ସମ୍ବଲପୁରରୁ ୧୬ଜଣ, ଗଞ୍ଜାମରୁ ୧୨ଜଣ, ନୟାଗଡ଼ରୁ ୧୨ଜଣ, ଭଦ୍ରକରୁ ୧୦ଜଣ, କନ୍ଧମାଳରୁ ୧୦ଜଣ, କୋରାପୁଟରୁ ୯ଜଣ, ସୋନପୁରରୁ ୯ଜଣ, ମାଲକାନଗିରିରୁ ୫ଜଣ, ଦେଓଗଡ଼ରୁ ୩ଜଣ, ରାୟଗଡ଼ାରୁ ୩ଜଣ, ଗଜପତିରୁ ୨ଜଣ ଏବଂ ଷ୍ଟେଟପୁଲରୁ ୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।