ଛଦ୍ମନାମରେ ନାୟୀକା : ‘ତନୁଜା’ରୁ ‘ମଣିକର୍ଣ୍ଣିକା: ଦି କ୍ୱିନ୍ ଅଫ୍ ଝାନ୍ସୀ’ ଭାୟା ଅଙ୍କିତା

ମୁମ୍ବାଇ : ନିକଟରେ ରିଲିଜ୍ ହୋଇଛି ଫିଲ୍ମ ‘ମଣିକର୍ଣ୍ଣିକା: ଦି କ୍ୱିନ୍ ଅଫ୍ ଝାନ୍ସୀ’ । ଏଥିରେ ଝଲ୍କାରୀ ଚରିତ୍ରରେ ଦମ୍ଦାର୍ ଭୂମିକା ନିର୍ବାହ କରିଥିବା ଅଙ୍କିତା ଲୋଖଣ୍ଡେ ବଲିଉଡ୍ ଇଣ୍ଡଷ୍ଟ୍ରିରେ କ୍ୟାରିୟର୍ ଆରମ୍ଭ କରିଛନ୍ତି । ୨୦୦୯ରୁ ସେ ଛୋଟ ପର୍ଦ୍ଦାର ଧାରାବାହିକ ‘ପବିତ୍ର ରିସ୍ତା’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ । ପ୍ରକାଶଥାଉକି, ଏହି ଧାରାବାହିକରେ ତାଙ୍କ ଲୋକପ୍ରିୟତା ସେତେବେଳେ ଛୋଟ ପର୍ଦ୍ଦାର ସବୁଠୁ ଅଧିକ ପାରିଶ୍ରମିକ ପ୍ରାପ୍ତ କରିବାରେ ଅଙ୍କିତାଙ୍କୁ ସାହାଯ୍ୟ କରିଥିଲା । ଘରେ ଘରେ ‘ଅଙ୍କିତା’ ନାମରେ ସେ ପରିଚିତ ହେବାକୁ ଆରମ୍ଭ କଲେ । କିନ୍ତୁ ଏବେ ଏହି ଅଭିନେତ୍ରୀଙ୍କ ଅସଲ ନାମ ଜଣାପଡ଼ିଛି । ଖୁବ୍ କମ୍ ଲୋକ ଅଙ୍କିତାଙ୍କ ପ୍ରକୃତ ନାମ ବିଷୟରେ ଜାଣିଛନ୍ତି । ତାଙ୍କର ପ୍ରକୃତ ନାମ ତନୁଜା । ପରିବାର ଲୋକେ ସ୍ନେହରେ ତାଙ୍କୁ ‘ଅଙ୍କିତା’ ବୋଲି ଡାକନ୍ତି । ପିଲାଦିନରୁ ଅଭିନେତ୍ରୀ ହେବାକୁ ମନ ବଳାଇଥିଲେ । ପାଠ ସେତେ ଭଲ ହେଉନଥିବାରୁ ଅଭିନୟ ପ୍ରତି ଦୁର୍ବଳତା ବଢ଼ିଥିଲା । ୨୦୦୪ରେ ଏକ ରିୟାଲିଟି ଶୋ’ରେ ଅଂଶଗ୍ରହଣ କରିବାକୁ ତାଙ୍କୁ ମୁମ୍ବାଇ ଯିବାର ସୁଯୋଗ ମିଳିଲା । ଶେଷରେ ୨୦୦୯ରୁ ଛୋଟ ପର୍ଦ୍ଦାରେ ତାଙ୍କ ଭାଗ୍ୟ ବଦଳିବାକୁ ଲାଗିଲା । ଏ ସମୟରେ ତାଙ୍କ ଅତିପରିଚିତ ନାଁ ‘ତନୁଜା’ ଯେମିତି କେଉଁଆଡ଼େ ହଜିସାରିଥିଲା । କେବଳ ଅଙ୍କିତା ସାଜିଥିଲା ପରିଚୟ ।