ମୁମ୍ୱାଇ : ଅମିତାଭ ବଚ୍ଚନ ଓ ଇମରାନ୍ ହାସମୀଙ୍କ ଆଗାମୀ ଫିଲ୍ମ “ଚେହେରେ”କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଲିଡ୍ ରୋଲରେ ଅଭିନୟ କରୁଥିବା ଆକ୍ଟ୍ରେସ୍ କ୍ରୀତି ଖରବନ୍ଧାଙ୍କୁ ବାହାର କରାଯାଇଛି । କିଛିଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ, କ୍ରୀତିଙ୍କ ଅଧିକ ନଖରାମୀ ପାଇଁ ଟିମ୍ ଏଭଳି ନିଷ୍ପତି ନେଇଛି । ତେବେ ପୁଣି ଫିଲ୍ମର ଟିମ୍ ପକ୍ଷରୁ କୁହାଯାଇଛି ଯେ, ଉଭୟଙ୍କ ଆପୋଷ ବୁଝାମଣାରେ ଏହି ନିଷ୍ପତି ନିଆଯାଇଛି । ଯାହା ହେଉନା କାହିଁକି ଏବେ କ୍ରୀତିଙ୍କୁ ବିଦା କରି ତାଙ୍କ ଯାଗାରେ ଆଉ ଜଣେ ଅଭିନେତ୍ରୀଙ୍କୁ ଆଣିବାର ଯୋଜନା କରିଛି । ତେବେ ଏହାର ଅନ୍ତ ଘଟିଥିବା ଜଣାପଡିଛି ।
ଖବର ମିଳିଛି ଯେ, କ୍ରୀତିଙ୍କୁ ଆଉଟ କରିବା ପରେ ଟିଭି ଆକ୍ଟ୍ରେସ୍ ଅଙ୍କିତା ଲୋଖଣ୍ଡେଙ୍କୁ ଏହି ପ୍ରୋଜେକ୍ଟ ମିଳିଛି । ଅଙ୍କିତା ଫିଲ୍ମ ‘ମଣିକର୍ଣ୍ଣକା’ ଯୋଗେ ବଲିଉଡରେ ଡେବ୍ୟୁ କରିଛନ୍ତି । ଏଥିରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଯଦି ଖବରଟି ସତ ତେବେ ଅଙ୍କିତାଙ୍କୁ ଦ୍ୱିତୀୟ ଥର ପାଇଁ ବଡ଼ ପରଦାରେ ଦେଖିବାକୁ ପାଇବେ ଦର୍ଶକ ।