ଟିଆଇ ପରେଡରେ ଅଭିଯୁକ୍ତ ବିବନକୁ ଚିହ୍ନିଲେ ଅଞ୍ଜନା

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁର୍ଷ୍କମ ମାମଲାରେ ସରିଲା ଟିଆଇ ପରେଡ । ଝାରପଡ଼ା ଜେଲ ପରିସରରେ ଟିଆଇ ପରେଡ ବା ଅଭିଯୁକ୍ତ ଚିହ୍ନଟ ପରେଡ ସରିଛି । ୧୦ଜଣଙ୍କ ମଧ୍ୟରୁ ଅଞ୍ଜନା ବିବନଙ୍କୁ ଚିହ୍ନିଛନ୍ତି । ଟିଆଇ ପରେଡ ପରେ ଅଞ୍ଜନା ଝାରପଡ଼ା ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି- ‘୨୨ ବର୍ଷ ପରେ ଟିଆଇ ପରେଡରେ ବିବନକୁ ଚିହ୍ନିବା କଷ୍ଟକର, ତଥାପି ଚିହ୍ନିଛି ।’ ଜେଏମଏଫସି ସୃଜାଲିନ ମହାନ୍ତି ଓ ସିବିଆଇ ଅଧିକାରୀଙ୍କ ଉପସ୍ଥିତରେ ଟିଆଇ ପରେଡ ହୋଇଛି ।
ଅନ୍ୟପଟେ ବିବନକୁ ୨ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ମିଳିଛି । ସ୍ୱତନ୍ତ୍ର ସିବିଆଇ CJM କୋର୍ଟ ଏହି ଅନୁମତି ଦେଇଛନ୍ତି । ଆସନ୍ତା ୪ ଓ ୫ ତାରିଖ ୨ ଦିନ ପାଇଁ ବିବନକୁ CBIରିମାଣ୍ଡରେ ନେବ । ବିବନକୁ ୫ଦିନିଆ ରିମାଣ୍ଡରେ ନେବାକୁ CBI ଆବେଦନ କରିଥିଲା ।
୧୯୯୯ ମସିହା ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ୪ ଓ ୫ ତାରିଖ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ ଟିମ୍ । ତା ପୂର୍ବରୁ ବୁଧବାର ଜେଲରେ ଥିବା ବିବନର ଟିଆଇ ପରେଡ କରାଯାଇଛି। ଭୁବନେଶ୍ବର ଜେଏମଏଫସିଙ୍କ ଉପସ୍ଥିତରେ ଝାରପଡା ଜେଲ୍ ଭିତରେ ଟିଆଇ ପରେଡ ହୋଇଛି। ଏହି ସମୟରେ ପୀଡ଼ିତା ଉପସ୍ଥିତ ରହିବେ ।

ବିବନକୁ ୫ ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ବର ସ୍ବତନ୍ତ୍ର ସିଜେଏମଙ୍କ ନିକଟରେ ଆବେଦନ କରିଥିଲା ସିବିଆଇ ଟିମ୍ । ହେଲେ ୨ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ସ୍ପେଶାଲ ସିଜେଏମ ସିବିଆଇ କୋର୍ଟ । ଦୁଇ ଦିନିଆ ରିମାଣ୍ଡ ସମୟରେ ବାରଙ୍ଗର ସେହି ଘଟଣାସ୍ଥଳକୁ ବିବନକୁ ନେଇପାରେ ସିବିଆଇ ।

anjana mishra identified accused biban biswal in ti pared